ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏରସମା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିତୁଠ ପରିସରରେ ଏକାଦଶତମ ବ୍ଲକ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଶିକ୍ଷାଧିକାରୀ ଲିୟାକତ୍ ଅଲ୍ଲୀ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପଞ୍ଚାୟତ ହାଇସ୍କୁଲ ପୋଖରୀଆପଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନୀଲ କୁମାର ଜେନା ସଭାପତିତ୍ବ କରିଥିଲେ । ପଞ୍ଚାୟତ ହାଇସ୍କୁଲ ବାଲିତୁଠ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ୱlଗତ ଭାଷଣ ଦେଇଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସ୍ୱlଗତ ସଂଗୀତ ଗାନ କରିବା ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ବୀଣାପାଣି ଓଲରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ରମେଶ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସୋମପୁରୁଶସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତି ବିବରଣୀ ପାଠ କରିଥିଲେ। ଜପା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜପହରୀ ଦାସ କ୍ଲବ ସମ୍ବନ୍ଧରେ ଆଲୋକ ପାତ କରିଥିଲେ। ମାର୍କଣ୍ଡ ବିଦ୍ୟା ମନ୍ଦିର ଗଡହରିଶପୁର ପ୍ରଧାନ ଶିକ୍ଷକ ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ଏରସମା ବ୍ଲକର ୩୨ ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ଦାସ, ଏରସମା ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିକାଶ ପରିଡା , ପଞ୍ଚାୟତ ହାଇସ୍କୁଲ ବାଲିତୁଠର ଅଭିଭାବକ ପ୍ରତିନିଧି ସୁରେଶ ଚନ୍ଦ୍ର ରାଉତ,ମୋ ସ୍କୁଲ ଅଭିଯାନ ସଭାପତି ମୁରାରି ମୋହନ ତ୍ରିପାଠୀ,କମିଟିର ସଦସ୍ୟ ଶିଶିର ରଂଜନ ଦାଶ, ପରିଚାଳନା କମିଟିର ସଦସ୍ୟ ରମାକାନ୍ତ ପରିଡ଼ା,ପଞ୍ଚାୟତ ହାଇସ୍କୁଲ ବାଲିତୁଠର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।