SunstarTV
ଯିଏ ଜିତୁ ନା କାହିଁକି, ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମହିଳାମାନଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଲାଡଲି ବେହେନ ଯୋଜନାର ଅର୍ଥରାଶିକୁ ବିଜେପି ସରକାର ୧୫୦୦ ରୁ ୨୧୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଜେପି ଗଠବନ୍ଧନ ପ୍ରତିଶୃତି ଦେଇଛି। ଏହା ବ୍ୟତୀତ ସେ ପୋଲିସର ୨୫ ହଜାର ଯୁବତୀଙ୍କୁ ଚାକିରି ଯୋଗାଇଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ସେପଟେ ବିଜେପିକୁ ଚିତ୍ପଟାଙ୍ଗ କରିବା ପାଇଁ MVA ମହାଲକ୍ଷ୍ମୀ ଯୋଜନା ଆଣିଛି, ଯାହା ମାସକୁ ମହିଳା ମାନଙ୍କୁ ୩୦୦୦ ଟଙ୍କା ଏବଂ ମାଗଣା ବସ୍ ଯାତ୍ରା ପାଇଁ ପ୍ରତିଶୃତି ଦେଇଛି |
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ବିରୋଧୀ ଦଳ ଲାଡଲି ବେହେନ ଯୋଜନାକୁ ପରିହାସ କରୁଛନ୍ତି। ୧୫୦୦ ଟଙ୍କା କଣ କରିବ? ସେ କହିଛନ୍ତି ମୁଁ ପ୍ରତିଶୃତି ଦେଉଛି ଯେ ଏହି ଯୋଜନା କେବେ ବନ୍ଦ ହେବ ନାହିଁ। ସରକାର ଗଠନ ହେବା ମାତ୍ରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।
ଏହା ସହିତ ଯୁବକମାନଙ୍କ ପାଇଁ, ମହାୟୁକ୍ତି ୨୫ ଲକ୍ଷ ଚାକିରି ଏବଂ ଶିକ୍ଷା ଭତ୍ତା ପ୍ରତି ମାସରେ ୧୦,୦୦୦ ଟଙ୍କା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି | ଏହା ବ୍ୟତୀତ ଅଙ୍ଗନୱାଡି କର୍ମଚାରୀଙ୍କୁ ୧୫,୦୦୦ଟଙ୍କା ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ମଧ୍ୟ ଆଶ୍ୱାସନା ଦିଆଯାଇଛି। ସରକାର ଗଠନ ପରେ ବେକାର ଯୁବକମାନଙ୍କୁ ପ୍ରତି ମାସରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ MVA ଘୋଷଣା କରିଛି।
ମନିଫେଷ୍ଟରେ ବିଜେପି ଏବଂ ସିନ୍ଦେ ସେନା ବିଦ୍ୟୁତ୍ ବିଲ୍ ୩୦ ପ୍ରତିଶତ ହ୍ରାସ କରିବାକୁ ପ୍ରତିଶୃତି ଦେଇଛନ୍ତି। ସରକାର ଗଠନର ୧୦୦ ଦିନ ପରେ ମହାରାଷ୍ଟ୍ରର ବିକାଶ ପାଇଁ ଭିଜନ ୨୦୨୯ କୁ ମୁକ୍ତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି | ଏହାର ଜବାବରେ ମହାବିକାଶ ଅଘାଡି ଜାତି ଭିତ୍ତିକ ଜନଗଣନା କରିବା ଏବଂ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଦେଖିବା ବାକି ରହିଲା କିଏ ଏହି ହାତେଇବ ଅଧିକ ଆସନ ଆଉ କାହା ପ୍ରତି ଜନତାଙ୍କ ସର୍ମଥନ ଢ଼ଳିବ ।