ରାଜ୍ୟର ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଂଚାୟତରେ ମଙ୍ଗଳବାର ପୂର୍ବାହ୍ନ୍ନରେ ଏକ ଜନସମ୍ପର୍କ ପଦଯାତ୍ରା ଦେଖିବାକୁ ମିଳିଥିଲା। ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି, ଏରସମା ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ଜିଲ୍ଲା ପରିଷଦ ପୀତବାସ ଗଛାୟତ, ପ୍ରଣବ କୁମାର ସ୍ୱାଇଁ,ଦୀପ୍ତି ରଞ୍ଜନ କୁଅଁର,ପାର୍ଥ ସାରଥୀ ରାଉତ, ବିଜୟ କୁମାର ସ୍ୱାଇଁ, ଦୀନବନ୍ଧୁ ନାୟକ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ, କୋଠିନିମୋଳ, କେସିପୁର, ଭିରଙ୍ଗ, ଅରଡ଼ା, ଓରନାଳ ଆଦି ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା କରି କୋଠିନିମୋଳ ହାଟରେ ଏକ ସଭା ଆୟୋଜନ କରିଥିଲେ।ଉକ୍ତ ସଭାରେ ବିଜେପି ସରକାରଙ୍କ ବିଫଳତା ସମ୍ପର୍କରେ ନେତାମାନେ ମତ ଦେଇ, ଆସନ୍ତା ନିର୍ବାଚନରେ ବିଜେଡ଼ି ପୁଣି କ୍ଷମତାକୁ ଆସିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।ବିଜେପି ବିଫଳତା ମଧରେ ରଙ୍ଗବୋଳା ଅଭିଯାନ, ତିନି ହଜାର ଭତ୍ତା ମିଛ ବାର୍ତ୍ତା, ହଉ ହଉ ହେଇଗଲେ ନେତା। ଏମିତି କେତେ କଥା କହି ଲୋକମାନଙ୍କ ମନକୁ କିଣିବାକୁ ଚେଷ୍ଟା କରିଥିଲେ।