SunStarTV
ପରଲୋକରେ ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନା । ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସିହ୍ନା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ଏମ୍ସରେ ଶାରଦା ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଭେଟରକୁ ଶିଫ୍ଟ କରାଯାଇଥିଲା । କିନ୍ତୁ ଶେଷରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ସୂଚନାମୁତାବକ ଗତ ୪ ତାରିଖରେ ଗାୟିକାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ଖବର ଆସିଥିଲା । ସ୍ୱାମୀ ବ୍ରଜକିଶୋର ସିହ୍ନାଙ୍କ ମୃତ୍ୟୁ ପରେ ଶାରଦା ବେଶ ଚିନ୍ତାରେ ରହୁଥିଲେ । ସେ ଗତ କିଛିଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ୍ ଆସି ଗାୟିକାଙ୍କର ପୁଅ ଅଂଶୁମାନ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପଡେଟ୍ ଦେଇଥିଲେ ।
ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟର ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶୁମାନଙ୍କୁ ଗତକାଲି ଫୋନ କରି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟାରେ ଅବନତି ଦେଖାଦେବାରୁ ଗତ ମାସ ୨୬ ତାରିଖରେ ଶାରଦାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଶାରଦା ଭୋଜପୁରୀ ଓ ମୈଥିଲି ଭାଷାରେ ଅନେକ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ । ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୮ରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।