ଦେଶରେ ସବୁଠୁ ବଡ ଧୋକେବାଜ ହେଉଛି ଇସ୍କନ । ସେମାନେ ଗୋଶାଳା ଚଲାଇଥାନ୍ତି, ଯେଉଁଥିପାଇଁ ସରକାରଙ୍କ ତରଫରୁ ତାଙ୍କୁ ଅନେକ ସୁବିଧା ମିଳିଥାଏ । ଏନେଇ ତାଙ୍କୁ ବଡ ବଡ ଜମି ମଧ୍ୟ ମିଳିଥାଏ । ମୁଁ ସେମାନଙ୍କର ଆନନ୍ଦପୁର ଗୋଶାଳାକୁ ଯାଇଥିଲି । ଯେଉଁଠାରେ ଗୋଟିଏ ବି ଖାଲି ଗାଈ ନଥିଲା । ସମସ୍ତ ଗାଈ ଦୁଧୀଆଳି ଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଗୋଶାଳାରେ ଗୋଟିଏ ବି ବାଛୁରୀ ନଥିଲେ । ଯାହାର ମାନେ ହେଉଛି ସମସ୍ତଙ୍କୁ ବିକି ଦିଆଯାଇଛି । ଇସ୍କନ ସମସ୍ତ ବାଛୁରୀକୁ କଂସାଇ ମାନଙ୍କୁ ବିକ୍ରି କରୁଛି । ଏମାନେ ଯେତିକି କରୁଛନ୍ତି ଆଉ କେହି କରୁନଥିବେ । ଆଉ ଏମାନେ ସେହି ଲୋକ ଯେଉଁମାନେ ରାସ୍ତା ଉପରେ ଯାଇ ହରେ କ୍ରିଷ୍ଣା ହରେ ରାମ ଜପନ୍ତି । ଆଉ କ୍ଷୀର କ୍ଷୀର ଚିଲେଇ କୁହନ୍ତି ଯେ ଏହା ଉପରେ ତାଙ୍କର ପୁରା ଜୀବନ ନିର୍ଭର । ଯେତିକି ସେମାନେ କଂସାଇ ମାନଙ୍କୁ ବିକୁଛନ୍ତି ଆଉ କେହି ବିକୁ ନଥିବେ । ମେନକା ଗାଇଲେ ଇସ୍କନ ବର୍ବରତାର କାହାଣୀ । ଚାଞ୍ଚଲ୍ୟ ଖେଳାଇଲାଣି ମେନକାଙ୍କ ବୟାନ ।
ବାଇଟ୍- ମେନକା..
ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଏକଥା ଆମେ କହୁନୁ ଖୋଦ୍ ମେନକା ଗାନ୍ଧୀ କହିଛନ୍ତି । ଯାହାକି ବର୍ତ୍ତମାନ ଆପଣମାନେ ଶୁଣୁଥିଲେ । ତେବେ ଖାଲି ସେତିକି ନୁହେଁ, ଏସବୁ ଭିତରେ ଇସ୍କନ ପୁଣି ନିଜର ମନମାନି ଚଲେଇଛି । ଯେତେ ଯାହା କଲେ ବି ସୁଧୁରିବାର ନାଁ ନେଉନାହିଁ । ଜଗନ୍ନାଥଙ୍କ ନାଁରେ ଭକ୍ତଙ୍କୁ କୁଠାରଘାତ କରୁଛି । ଭକ୍ତି ନାଁରେ କରୁଛି ଅଦିନିଆ ରଥଯାତ୍ରା । ଜଗନ୍ନାଥ ସଂସ୍କୃତିକୁ କରୁଛି କଳୁଷିତ । ଏବେ ଆମେରିକାରେ ଅଦିନିଆ ରଥଯାତ୍ରା କରିବାକୁ ଯାଉଛନ୍ତି ଇସ୍କନ କର୍ତ୍ତୃପକ୍ଷ । ଯାହାକି ଆସନ୍ତା ୯ ତାରିଖରେ ହୋଷ୍ଟନର ଲିଜନ ପାର୍କରେ ଅନୁଷ୍ଠିତ ହେବ । ଏବଂ ଏହାକୁ ନେଇ ପ୍ରସ୍ତୁତି ଚଳାଇଛି ଇସ୍କନ ।
ଯାହାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ତୀବ୍ର ନିନ୍ଦା କରିଛନ୍ତି । ଏବଂ ଏହାକୁ ନେଇ ଚାରିଆଡୁ ବିବାଦର ସ୍ବର ଦେଖାଦେଇଛି । ହଁ ଦର୍ଶକ ବନ୍ଧୁ ଏକଥା ଆମେ ନୁହେଁ କୋଟି କୋଟି ଜଗନ୍ନାଥ ଭକ୍ତ କହୁଛନ୍ତି । ତେବେ ଚାଲନ୍ତୁ ନଜର ପକାଇବା କିଛି ଏଭଳି ପ୍ରତିକ୍ରିୟା ଉପରେ । କଣ କହୁଛନ୍ତି ଓଡିଶାବାସୀ..
ରଙ୍ଗା ବାଇଟ—
ସମାଜସେବୀ ବାଇଟ—
ତେବେ ଯଦିଓ ଇସ୍କନ ପକ୍ଷରୁ ସ୍ନାନଯାତ୍ରାକୁ ବନ୍ଦ କରାଯାଇଛି, ରଥଯାତ୍ରାକୁ କିନ୍ତୁ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆୟୋଜନ କରାଯାଉଛି । ଇସ୍କନର ଏଭଳି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ସେଠାରେ ରହୁଥିବା ଓଡିଆ ଓ ଭାରତୀୟମାନେ । ସେମାନେ ମଧ୍ୟ ଇସ୍କନ ସୋସାଇଟିକୁ ଏଭଳି ସଂସ୍କୃତି ବିରୋଧୀ କାର୍ଯ୍ୟ ନକରିବାକୁ ଅପିଲ କରିଛନ୍ତି । ଅନ୍ୟପଟେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଖୋଲା ଚେତବାନୀ ଦେଇଛି କଳିଙ୍ଗ ସେନା । ଓଡ଼ିଆ ସଂସ୍କୃତିକୁ ବଦଳାଇଲେ ଇସ୍କନ ମନ୍ଦିର ବନ୍ଦ କରିଦେବୁ ବୋଲି କହିଛି କଳିଙ୍ଗ ସେନା । ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ସଙ୍ଗଠନ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶା ବାହାରେ ଥିବା ଇସ୍କନ ମନ୍ଦିରକୁ ବନ୍ଦ କରିବାକୁ ପ୍ରବାସୀ ଓଡ଼ିଆଙ୍କୁ ଆହ୍ବାନ ଦେଇଛି ।
ବାଇଟ୍ କଳିଙ୍ଗ ସେନା—
ବାରମ୍ବାର ଚେତାବନୀ ପରେ ବି ଇସ୍କନ ପ୍ରତିବର୍ଷ ଏହିଭଳି ଅଦିନିଆ ରଥଯାତ୍ରା କରୁଛି । ବିଧିବିଧାନକୁ ଉଲ୍ଲଂଘନ କରି ନିଜର ଖ୍ୟାତି ପାଇଁ ଇସ୍କନ ଏଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି ।