ତୋଷାଳୀ ସିମେଣ୍ଟ କମ୍ପାନୀ ର ଦାଦାଗିରି ପାଇଁ ହିନସ୍ଥା ହେଲେ ଗ୍ରାମବାସୀ ।୧୮ ଖଣ୍ଡ ମୌଜା ର ଲୋକଙ୍କୁ ନେଇ ଅନୁଷ୍ଠିତ ଉତ୍ସବ ସ୍ଥାନରେ ଆକାଶ ହେଲା ଅନ୍ଧାର । ଉତ୍ସବ ରେ ସିମେଣ୍ଟ କମ୍ପାନୀରୁ ନିର୍ଗତ ଧୂଳି ଝଡ଼ ରେ ବେହାଲ ହେଲେ ଗ୍ରାମବାସୀ , ୫୦୦ ଲୋକଙ୍କ ଖାଦ୍ୟ ନଷ୍ଟ ହୋଇଗଲା ।
ସିମେଣ୍ଟ କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ଉଜୁଡ଼ିଯାଇଛି ସମ୍ମିଳନୀ । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀ ପାଟଣା ପଞ୍ଚାୟତ ରେ ଥିବା 5ତୋଷାଳୀ କମ୍ପାନୀ ର ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି । ଗ୍ରାମର ଦେହୁରୀ ସାହିର ମା ତାରେଣୀ ମନ୍ଦିରରେ ଶନିବାର ୧୮ ଗ୍ରାମକୁ ନେଇ ହେଉଥିବା ସମ୍ମିଳନୀ ରେ ସିମେଣ୍ଟ କମ୍ପାନୀର ଧୂଳି ଝଡ ର ମାଡ। ଶେଷରେ ଅତିଷ୍ଠ ହୋଇ ଗ୍ରାମବାସୀ ସନ୍ଧ୍ୟାରେ କମ୍ପାନୀ କୁ ଘେରିଥିଲେ ନ୍ୟାୟ ପାଇଁ ।ତେବେ ଚୌଦ୍ଵାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ୍ୟାୟ ପାଇବାକୁ ପ୍ରତିଶ୍ରୁତି ପରେ ଉଠିଲେ ଗ୍ରାମବାସୀ । ଗ୍ରାମ ପାର୍ଶ୍ଵରେ ଥିବା ଏହି ତୋଷାଳୀ କମ୍ପାନୀ ଆରମ୍ଭରୁ ପୋଲିସ ,ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ନେଇ ହୋଇଥିବା ଚୁକ୍ତି ପତ୍ର କୁ ଫୁ କରି ଉତ୍ପାଦନ କରି ଚାଲିଛି ।ଫୁ କରି କିଙ୍କର ମେସିନ ଚଳାଇ ଧୂଳି ଝଡ ରେ ସ୍ଥାନୀୟ ଅଞ୍ଚଳର କୁଅ,ଘର ଦ୍ବାର,ଖାଦ୍ୟ ରେ ଏକ ପ୍ରକାର ଆସ୍ତରଣ କରି ସାରିଲାଣି ।ସି ଏସ ଆର ଫଣ୍ଡ ରେ ଉନ୍ନତି ମୂଳକ କାର୍ଯ୍ୟ ସୁନ। ଯାହାକୁ ନେଇ ଏହାର ସ୍ଥାୟୀ ସମାଧାନ ପାଇଁ ଆଜି ଚୌଦ୍ଵାର ଥାନା କୁ ଏକ ଲିଖିତ ଅଭିଯୋଗ ଦେଇ ନ୍ୟାୟ ଅପେକ୍ଷାରେ ଗ୍ରାମବାସୀ ।