SunstarTV
ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଗଜପତି ମହାରାଜା। ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲଙ୍ଘନ ହେଉଛି ବୋଲି ଏହି ସମ୍ମିଳନୀରେ କହିଛନ୍ତିମହାରାଜା। ୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି। ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଲେ ହେଲେ ସେମାନେ ସେମାନେ ଏହାକୁ ମାନିଲେ ନାହିଁ । କିନ୍ତୁ ବାରମ୍ବାର ଏହି ଏଭଳି ସବୁ ସୀମା ଉଲଘଂନ କରିବା ଉଚିତ ନୁହେଁ ବୋଲି ମହାରାଜ ପ୍ରକାଶ କରିଛନ୍ତି। ୨୦୦୮ ଫେବ୍ରୁଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ହେଲେ ତାହାକୁ ଇସ୍କନ ମାନିଲାନି ବରଂ ଭାରତ ଓ ଭାରତ ବାହାରେ ରଥଯାତ୍ରା କଲେ।
୨୦୨୧ ଜୁଲାଇରେ ବିଧିବଧ ସଙ୍କଳ୍ପ ପାରିତ କଲେ ଯେ, ଭାରତ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ। ଆଉ ଇସ୍କନ ଯାହା କରୁଛି ତାହା ରଥଯାତ୍ରା ନୁହେଁ, ପ୍ରଚାର ଯାତ୍ରା । ସେମାନେ କୀର୍ତ୍ତନ ଯାତ୍ରା କରିବା ଦରକାର କିନ୍ତୁ ମହାପ୍ରଭୁଙ୍କୁ ସେମାନେ ବାହାରକୁ ନେବା ଉଚିତ ନୁହେଁ । ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା କରୁଛି। ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଲି। ହେଲେ ତାହାର ଉତ୍ତର ଦେଲେ ନାହିଁ ।
ନାଇଜରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି। ମାର୍ଚ୍ଚ ମାସରେ ତାଙ୍କର ବାର୍ଷିକ ସଭା କରିବେ। ଏ ବିଷୟରେ ଆଲେଚନା ହେବ। ମୁଁ ପୁଣିଥରେ ଚିଠି ଲେଖିବି। ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନ କରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ ବୋଲି ପୁରୀ ଗଜପତି ମହାରାଜା କହିଛନ୍ତି।
ସୂଚନା ମୁତାବକ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ଦାବି କରିଛନ୍ତି। ଇସ୍କନର ଏଭଳି ଶାସ୍ତ୍ର ବିରୋଧୀ କାର୍ଯ୍ୟ ବୋଲି ସେମାନେ କହିଛନ୍ତି। ଅଦିନିଆ ରଥଯାତ୍ରା ଜିଦରେ ଇସ୍କନ ଯଦି ଅଟଳ ରୁହେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି କଠୋର ନିଷ୍ପତ୍ତି ଗ୍ରହଣ କରିପାରିବ ବୋଲି ଆଗରୁ ମଦ୍ୟ ମନ୍ଦିର ପରିଚାଳନା କମିଟିର ସୂଚନା ଦେଇଥିବାର ଦେଖିବାକୁ ମିଳିଛି।