Sunstar Tv
Bank Holidays 2024 List: ଚାରି ଦିନିଆ ଛଠ ପୂଜା ଆଜିଠୁ ଆରମ୍ଭ ହୋଇଛି, ଯାହା ନଭେମ୍ବର ୮’ରେ ଶେଷ ହେବ । ଏହି ପୂଜା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ସଂପୂର୍ଣ୍ଣ କରି ନିଅନ୍ତୁ ।
୯ ଓ ୧୦ ନଭେମ୍ବର ହେଉଛି ଶନିବାର ଏବଂ ରବିବାର, ଯେଉଁଥିରେ ବ୍ୟାଙ୍କଗୁଡିକ ସାଧାରଣତଃ ବନ୍ଦ ରହିଥାଏ, ତେଣୁ ଏହି ସପ୍ତାହରେ ବ୍ୟାଙ୍କଗୁଡିକରେ ଏକ ଦୀର୍ଘ ଛୁଟି ରହିବ ।
୧. ନଭେମ୍ବର ୭ (ଗୁରୁବାର) – ବିହାର, ଦିଲ୍ଲୀ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଛୁଟିଦିନ।
୨. ନଭେମ୍ବର ୮ (ଶୁକ୍ରବାର) – ବିହାର, ଝାଡଖଣ୍ଡ ଏବଂ ମେଘାଳୟରେ ଛୁଟିଦିନ।
୩. ନଭେମ୍ବର ୯ (ଶନିବାର) – ଦ୍ୱିତୀୟ ଶନିବାର ୧୦ ନଭେମ୍ବର (ରବିବାର) ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ।
୪. ନେଭେମ୍ବ ୧୫- ଛଠ ପୂଜା ବ୍ୟତୀତ ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଭଳି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।