ବଡ ଧୁମଧାମରେ ପାଳିତ ହେଉଛି ଯାଜପୁର ର ଗଣପର୍ବ କାଳୀପୂଜା । ସଂଧ୍ୟା ନଇଁବା କ୍ଷଣି ଆରମ୍ଭ ହୋଇଯାଉଛି ଗହଳିଚହଳି । ଯାଜପୁର ସହରର ୪୩ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀନାରାୟଣ । ସହର ସାରା ପୂଜା ମଣ୍ଡପକୁ ସୁନ୍ଦର ଆଲୋକମାଳାରେ ସଜେଇ ଦିଆଯାଇଛି । ଏହା ସାଂଗକୁ ରଂଗବେରଂଗର ସୁ ଉଚ୍ଚ ତୋରଣ ସାଂଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଫାଟି ପଡୁଛି ପୁରା ସହର ।
ଗଣପର୍ଵ କାଳୀପୂଜା ପାଇଁ ଏବେ ଉତ୍ସବ ମୁଖର ହୋଇପଡିଛି ଯାଜପୁର ସହର । ପିଲା ଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କାଳୀପୂଜାର ମଜା ଉଠାଇବାରେ ବ୍ୟସ୍ତ । ସଂଧ୍ୟା ନଇଁବା କ୍ଷଣି ଯାଜପୁର ସହରକୁ ଛୁଟୁଛନ୍ତି ଜିଲା ତଥା ଜିଲା ବାହାରର ହଜାର ହଜାର ଦର୍ଶକ । କିଏ ସାହି ସାହି ବୁଲି ପୂଜା ମଣ୍ଡପର ସୁନ୍ଦର ସାଜସଜାକୁ ଉପଭୋଗ କରୁଛି ତ ଆଉ କିଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରୁଛି । ଏହା ସହିତ ମହିଳା ମାନେ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟର ମଜା ଉଠାଉଛନ୍ତି ତ ଆଉ କିଏ ମିନା ବଜାରରୁ ନିଜ ଘର କରଣା ସାମଗ୍ରୀ କିଣିବାରେ ବ୍ୟସ୍ତ । ବର୍ଷକରେ ଥରେ ଆସୁଥିବା ଏଭଳି ସୁଯୋଗର ଭରପୁର ଫାଇଦା ଉଠାଇବାକୁ ପୁରା ପରିବାର ସହିତ ଆସିଛନ୍ତି ସମସ୍ତେ । ସେପଟେ ଚଳିତ ବର୍ଷ ହାବିଳି ବଜାର ଲକ୍ଷ୍ମୀନାରାୟଣ ପୂଜା କମିଟି ଚଳିତ ବର୍ଷ ୫୦ ବର୍ଷ ପୁର୍ତି ଉସ୍ଛବ ପାଳନ କରୁଥିବା ବେଳେ ନାରାୟଣ ଛକ ଶ୍ୟାମାପୂଜା କମିଟି ରେ ସୁନ୍ଦର ସାଜସଜ୍ଜା ପାଇଁ ଲୋକଙ୍କ ଭିଡ ଜମୁଛି ।
ଚଳିତ ବର୍ଷ ବାତ୍ୟା ଦାନା ପରେ କାଳୀପୂଜା ରେ ପାଗ ବେଶ ଅନୁକୁଳ ରହିଥିବାରୁ ଦର୍ଶକ ମାନଙ୍କର ଭିଡ ଅଧିକ ଦେଖାଦେଇଛି । ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡକୁ ଦେଖି ସହର ର ସମସ୍ତ ପୂଜା ମଣ୍ଡପ କମିଟି ବେଶ ଉତ୍ସାହିତ ହୋଇପଡିଛନ୍ତି । ଦର୍ଶକ ମାନଙ୍କର ମନୋରଂଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଯାହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେଶ ଉପଭୋଗ କରୁଛନ୍ତି ଦର୍ଶକ । ଦର୍ଶକ ମାନଙ୍କ ପାଇଁ ଭଲ ଭଲ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ । ପଟେ ଚଳିତ ବର୍ଷ ଆଦ୍ୟ ଗରୁଡ଼ କାଳି ପୀଠ ରେ ୧୫୫ କେଜି ଚାନ୍ଦି ବ୍ୟବହାର ହୋଇଥିବାରୁ ଲୋକଙ୍କ ଭିଡ ଜମିଛି । ସେପଟେ ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ବିଭିନ୍ନ ଛକ ମାନଙ୍କରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ସଂଧ୍ୟା ପର ଠାରୁ ସହର ଭିତରକୁ କୌଣସି ଦୁଇ ଚକିଆ ଓ ଚାରି ଚକିଆ ଗାଡି ପ୍ରବେଶ ଉପରେ କଟକଣା ଜାରି କରିଛି ପୋଲିସ । ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।
ଅଧିକ୍ଷକ
ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ବିଶେଷ ତତ୍ପର ହୋଇଥିବା ଦେଖିବାକୁ ମିଳିଛି । ଡିଜେ ମୁକ୍ତ ଓ ନିଶାମୁକ୍ତ ଶାନ୍ତିପୂର୍ଣ୍ଣ ଭସାଣୀ ପାଇଁ ପ୍ରଶାସନ ପକ୍ଷରୁ ଆହ୍ନାନ କରାଯାଇଛି ।