SunstarTV
ଆସନ୍ତା କାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଏହା ଉପରେ ଏବେ ସଭିଙ୍କ ନଜର । ଡୋନାଲ୍ଡ ଟ୍ରମ୍ପ ନା ବା କମଲା ହାରିସ କିଏ ହାତେଇବ ଆମେରିକାର ମଙ୍ଗ ? ତାଙ୍କୁ ନେଇ ଜାରି ରହିଛି ନାନା ଚର୍ଚ୍ଚା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ନଭେମ୍ବର୫ ରୁ ଆରମ୍ଭ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆସନ୍ତୁ ଜାଣିବା, କିଏ ଆମେରିକାର ରାଷ୍ଟ୍ରପତି ହୋଇପାରିବେ, କେଉଁ ଯୋଗ୍ୟତା ବାଧ୍ୟତାମୂଳକ ଏବଂ କେତେ ଶିକ୍ଷା ଆବଶ୍ୟକ?
ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଅତି କମରେ ୩୫ ବର୍ଷ ବୟସ ହୋଇଥିବା ଆବଶ୍ୟକ। ତଥାପି, ସର୍ବାଧିକ ବୟସ ବିଷୟରେ କୌଣସି ଉଲ୍ଲେଖ ନାହିଁ | କେବଳ ଜଣେ ବ୍ୟକ୍ତି ଯିଏ ଅତି କମରେ ୧୪ ବର୍ଷ ଧରି ଆମେରିକାରେ ରହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ହୋଇଥିବେ, କେବଳ ଜଣେ ବ୍ୟକ୍ତି ଯିଏ ଆମେରିକାରେ ଜନ୍ମ ହୋଇଥିଲେ କିମ୍ବା ତାଙ୍କ ପିତାମାତା ଆମେରିକୀୟ ନାଗରିକ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ହେବେ। ପ୍ରାର୍ଥୀଙ୍କୁ ଇଂରାଜୀ ଭାଷା ଆସୁଥିବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନ ୫୩୮ ଇଲେକ୍ଟର୍ସ କରିଥାନ୍ତି। ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ୨୭୦ ଇଲେକ୍ଟୋରଲ ମତ ହାସଲ କରିବା ଆବଶ୍ୟକ। ଆମେରିକା ଆଇନ୍ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ଦୁଇଟି କାର୍ଯ୍ୟକାଳ ପରେ କୌଣସି ବ୍ୟକ୍ତି ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ।
ମତଦାନ ପାଇଁ କ୍ୟାମ୍ପେନର ଡେଡଲାଇନ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ଜି ଜାନ୍ ଲଗାଇ ପ୍ରଚାର କରିଛନ୍ତି ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମ୍ୟାଜିକ୍ ନମ୍ବର ୨୭୦ କିଏ ପାର୍ କରିବ ତାହା ଜନତା ଜନାର୍ଦ୍ଦନ ହିଁ ନିଷ୍ପତ୍ତି ନେବେ।
ସୂଚନାମୁତାବକ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶୈଦ୍ଭବ କମଲା ହାରିସ। ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।