ସାଉଥ ସୁପର ଷ୍ଟାର ପ୍ରଭାସଙ୍କ ହାତରେ ଆସିଛି ଏକ ବଡ ପ୍ରୋଜେକ୍ଟ | ତେବେ ‘ଦ ରାଜସାଵ’ ଫିଲ୍ମର ମାଧ୍ୟମରେ ସେ ପରଦାକୁ ଫେରିବାକୁ ଯାଉଛନ୍ତି | ଫିଲ୍ମର ବଜେଟ ରହିଛି ୪୦୦ କୋଟି | ଏହାର ନିର୍ଦେଶନା ଦାୟିତ୍ୱରେ ମାରୁତି ଅଛନ୍ତି | ଏପ୍ରିଲ ୧୦, ୨୦୨୫ରେ ଏହା ପରଦାକୁ ଆସିବ| ପୂର୍ବରୁ ଏଥିରେ ପ୍ରଭାସ ଡବଲ ରୋଲରେ ଦେଖାଯିବେ ବୋଲି କୁହାଯାଉଥିଲା
ଏବେ କିନ୍ତୁ ସେ ଏଥିରେ ଟ୍ରିପିଲି ରୋଲରେ ଦେଖାଯିବେ | କଳ୍କୀ ୨୮୯୮ ଏଡିରେ ମଧ୍ୟ ପ୍ରଭାସଙ୍କୁ ଡବଲ ରୋଲରେ ଦେଖାଯାଇଥିଲା | ସାଉଥ ଇଣ୍ଡଷ୍ଟ୍ରିରେ ଡବଲ ଓ ଟ୍ରିପଲ ରୋଲଙ୍କୁ ବେଶୀ ଗୁରୁତ୍ୱ ଦିଆଯାଏ | ଅପରପଏଖରେ ପ୍ରଭାସଙ୍କ ପ୍ରଂଶସକ ମାନେ ଅନେକ ଦିନରୁ ତାଙ୍କର ଏହି ହରର କମେଡି ଫିଲ୍ମ କୁ ଅପେକ୍ଷା କରିଛନ୍ତି |
ଏଥିରେ ପ୍ରଭାସ ଯୁବକ ଓ ବୃଦ୍ଧ ଦୁଇଟି ଭୂମିକାରେ ଦେଖାଯିବ ସହ ଭୁତ ଭୂମିକାରେ ମଧ୍ୟ ସେ ନଜର ଆସିବେ | ନିକଟରେ ପ୍ରଭାସଙ୍କ ୪୫ ତମ ଜନ୍ମଦିନ ପାଳନ ଅବସରରେ ଏହାର ମୋସନ ପୋଷ୍ଟରକୁ ଜାରି କରାଯାଇଥିଲା | ଏଥିରେ ପ୍ରଭାସ ରାଜା ଭଳି ଲୁକରେ ସିଂହାସନ ଉପରେ ବସିଥିବାର ଦେଖା ଯାଇଥିଲା | ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ,ତାମିଲ ,କନ୍ନଡ଼ ଏବଂ ମାଲାୟାଲାମ ଭାଷାରେ ରିଲିଜ ହେବ |