ରାଜନଗର ବନଖଣ୍ଡ ରାଜନଗର ରେଞ୍ଜର ସାତଭାୟ ଫରେଷ୍ଟ ଅଧିନସ୍ଥ ବାବୁବାଲି,ସାତଭାୟ,ବଗୁଲି ମୁହଁ, ଓ ଧାନୀଚାରା ଏବଂ କନିକା ରେଞ୍ଜର ଶୈଳେନ୍ଦ୍ରସରାଇ ଓ ତାଳଚୁଆ ଫରେଷ୍ଟ ଅଧିନସ୍ଥ ବାନିପାଳ, ପ୍ରଭାତୀ, ଓ କାଦୁଆପାଳ ଠାରେ ମାଛ ମାଫିଆ ମାନେ ବନ ବିଭାଗ ଜାଣତରେ ବେଧଡକ ଖୁଲମଖୁଲା ବେଡ଼ ଜାଲ ବସାଇ ମାଛ ମାରୁଛନ୍ତି ଯାହା ଭିତରକନିକା ସିଷେଧାଞ୍ଚଳ ଅଟେ। ଖାଲି ବେଡ଼ ଜାଲରେ ମାଛ ମରୁନାହାନ୍ତି ତାହା ସହିତ ଛୋଟ ଛୋଟ କୁମ୍ଭୀରଙ୍କୁ ଜାଲରେ ମାରୁଥିବାର ଅଭିଯୋଗ ମଧ୍ୟ ହେଉଛି,ଯେଉଁ ବେଡ଼ ଜାଲରେ କିଳା ଲାଗୁଛି ତାହା ଗରାଣୀ ଗଛ କଟା ଯାଇ ପ୍ରସ୍ତୁତ ହୋଇଛି ଯାହାକୁ ମାଛ ମାଫିଆ ଜଙ୍ଗଲରୁ କାଟୁଛନ୍ତି। ଅନ୍ୟ ପକ୍ଷେ ନିଷେଧାଞ୍ଚଳରେ ମାଛ ମାଫିଆମାନେ ମାଛ ମାରିବା ଦ୍ୱାରା ବଉଳା କୁମ୍ଭୀରଙ୍କୁ ଖାଦ୍ୟ ଅଭାବ ହେଉଛି ଯେଉଁଥିପାଇଁ କୁମ୍ଭୀର ମାନେ ଭିତରକନିକା ଛାଡି ନଦୀ ନାଳକୁ ଆସୁଛନ୍ତି ଏବଂ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି,ଏହି ସମସ୍ତ ଘଟଣା ଉପରେ ଖବର ପ୍ରସାରଣ ପରେ ବନ ବିଭାଗ ସଜାଗ ହୋଇ ମାଛ ମାଫିଆଙ୍କୁ ନଦୀ ମଧ୍ୟରେ ପେଟ୍ରୋଲିଙ୍ଗ ବୋଟରେ ଗୋଡେଇ ଗୋଡେଇ ଧରିଥିଲେ ସୁଦ୍ଧା ତଥାପି ମାଛ ମାଫିଆ ମାନେ ବନ ବିଭାଗକୁ ଖାତିର ନ କରି ପୁଣି ଲୁଚି ଛପି ନିଷେଧାଞ୍ଚଳରେ ମାଛ ମାରୁଛନ୍ତି, ତେବେ ଏଠି ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ବନ ବିଭାଗ ମାଛ ମାଫିଆଙ୍କ ଉପରେ ବଡ଼ ଆକ୍ସନ ନେଲେ ସୁଦ୍ଧା କାହିଁକି ମାଛ ମାଫିଆ ବନ ବିଭାଗକୁ ଡରୁ ନାହାନ୍ତି ? ବାସ୍ତବରେ ବନ ବିଭାଗ ମାଛ ମାଫିଆଙ୍କୁ ଜବତ କରୁଛି ନା ଏପଟେ ଆକସନ ଆଉ ସେପଟେ ହାତ ମିଳାଉଛି ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି,ଅନ୍ୟ ପକ୍ଷେ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ଏହା ଉପରେ ବନ ବିଭାଗ ବଡ଼ ଆକ୍ସନ ନେବ।ତେବେ ଦେଖାଯାଉ ଡିଏଫ୍ଓ କେବେ ମାଛ ମାଫିଆ ମାନଙ୍କୁ ରୋକ୍ ଲଗାଇ ପାରୁଛି ତାହା ଦେଖିବାକୁ ବାକି ରହିଲା