SunstarTV
ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷ ରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ଡିସେମ୍ବରରେ ମିଳିବ ଚର୍ତୁଥ ପର୍ଯ୍ୟାୟ ଟଙ୍କା । ଡିସେମ୍ବର ଶେଷ ସୁଦ୍ଧା ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଖାରଜ ହୋଇଥିବା ଆବେଦନ ରି ଚେକ ପାଇଁ ବିଡ଼ିଓ ଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି ।
ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନ ବାଡ଼ି ଦିଦି ଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ । ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ । ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବାଙ୍କ ସଂଖ୍ୟା ଅଧିକ ।
ସୂଚନା ମୁତାବକ ଏହି ଯୋଜନାରେ ସାମିଲ ହେବାକୁ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷମହିଳା ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।