ଦିନ ସାରା ଖଟି ଖଟି ସଞ୍ଜକୁ ଯଦି ନିଜର ପାରିଶ୍ରମିକ ନ ମିଳେ, ଆଜିକାଲି ତେଲଲୁଣ ସଂସରାରେ ତଳିଆ କର୍ମଚାରୀ ବଂଚିବା ଭାରି କଷ୍ଟକର। ଏମିତି ଏକ ଅଭିଯୋଗ ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ବ୍ଲକରେ ଦେଖାଦେଇଛି ଘୋର ଅସନ୍ତୋଷ। ବାଲିକୁଦା ଏରସମା ବ୍ଳକର ୫୫ ଗୋଟି ପଞ୍ଚାୟତର ଏମ ଵି କେ, ବ୍ୟାଙ୍କ ମିତ୍ର, ସି ଆର ପି, କୃଷିମିତ୍ର, ପ୍ରାଣୀମିତ୍ର ଓ ଏଲ ଏସ ପିର ମହିଳାମାନେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ସକାଳେ ଉପସ୍ଥିତ ରହି ନିଜର ଦୀର୍ଘ ଦିନର ଦରମା ନ ପାଇବାରୁ ଅଭିଯୋଗ କରିଛନ୍ତି। ବିଧାୟକ ଶ୍ରୀ ଜେନା ମା ମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ବିଧାନ ସଭାରେ ଦାବି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହା ତାଙ୍କର ହକ ସେମାନେ ନିଶ୍ଚୟ ପାଇବାର ଯୋଗ୍ୟ। ସରକାର ସେମାନକୁ ବିଭିନ୍ନ କାର୍ଯ୍ୟରେ ନିୟୋଜନ କରି ମଧ୍ୟ ସେମାନଙ୍କର ଶୋଳ୍ପ ଦରମା ବନ୍ଦ କରିଥିବାରୁ ଦୁଃଖ ପ୍ରକାଶ କରିଥିଲେ