ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଗତକାଲି ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପାବଳି | ୨୫ ଲକ୍ଷ ଦୀପରେ ଝଲସିଛି ପୁରା ଅଯୋଧ୍ୟା | ଏକକାଳୀନ ୨୫ ଲକ୍ଷ ଦୀପ କଲି ବିଶ୍ୱ ରେକର୍ଡ | ତେବେ ବାସ୍ତବରେ ଆୟୋଜକମାନେ ୨୫ ଲକ୍ଷ ଦୀପ ଜାଳିବାକୁ ଯୋଜନା କରିଥିଲେ | କିନ୍ତୁ ସରକୁ ନଦୀ କୂଳରେ ଅତିରିକ୍ତ ୩ ଲକ୍ଷ ଦୀପ ଲୋକମାନେ ଜାଳି ପୁରା ପରିବେଶକୁ ଆହୁରି ଭବ୍ୟ କରିଛନ୍ତି |
ଦୀପ ଜଳିବା ପରେ ପୁରା ପରିବେଶ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହେଲା ଭଳି ଦେଖାଯାଇଥିଲା | ଏପରି ଦିପୋଉତ୍ସବ ଅଯୋଧ୍ୟା ଭଳି ପବିତ୍ର ସହରର ଧାର୍ମିକ, ପାରମ୍ପରିକ ଓ ସାଂସ୍କୃତିକ ବାତାବରଣକୁ ଦ୍ୱିଗୁଣିତ କରିଛି | ଦିପୋଉତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ , ମାଲେସିୟା ,କମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାର ମାନେ କଲା ପ୍ରଦର୍ଶନ କରିଥିଲେ |
ଏହା ବ୍ୟତୀତ ଉତ୍ତରାଖଣ୍ଡରୁ ଆସିଥିବା କଳାକାରମାନେ ରାମଲୀଲା ପ୍ରଦଶନ କରି ପରିବେଶରେ ଚରଚାନ୍ଦ ଲଗାଇଥିଲେ | ଅତିରିକ୍ତ ଭାବେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଭକ୍ତିରସାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି | ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଆରତି କରି ଦିପୋଉତ୍ସବର ଶୁଭାରମ୍ଭ କରିଥିଲେ | ଏହାବାଦ ସୂଚନା ବିଭାଗ ପକ୍ଷରୁ ୧୧ ଟି ଚିତ୍ତାକର୍ଷ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିଥିଲେ | ସେହିପରି ପର୍ଯ୍ୟଟନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିଥିଲେ | ସେହିପରି ପର୍ଯ୍ୟଟନ ବିଭାଗର ପ୍ରଜ୍ଞାପନ ମେଢ଼ରେ ଆଦି କାଣ୍ଡ,ଅଯୋଧ୍ୟା କାଣ୍ଡ ,ସୁନ୍ଦରା କାଣ୍ଡ ,ଲଙ୍କା କାଣ୍ଡର ଝଲକ ଦେଖିବାକୁ ମିଳିଥିଲା | ତୁଳସୀଦାସଙ୍କ ରାମଚରିତ ମାନସକୁ ଆଧାର କରି ଏଗୁଡିକ ପ୍ରସ୍ତୁତ କରାଯାଇଥିଲା |