Sunstar Tv
Fatty Liver: ଫ୍ୟାଟି ଲିଭର ହେଉଛି ଏମିତି ଏକ ସମସ୍ୟା ଯେଉଁଥିରେ ଅନେକ ଲୋକ ପୀଡ଼ିତ। ଫ୍ୟାଟି ଲିଭର୍ ରୋଗରେ ପୀଡ଼ିତ ରୋଗୀଙ୍କରେ ଫ୍ୟାଟ୍ ଲିପିଡସ୍ ଲିଭରରେ ଜମା ହୋଇଯାଏ ଏବଂ ପରେ ଲିଭରର କାର୍ଯ୍ୟ ଧୀର ହୋଇଯାଏ।
ମେଦବହୁଳତା ଏବଂ ଡାଇବେଟିଜ୍ରେ ପୀଡିତ ରୋଗୀମାନେ ଏହି ସମସ୍ୟାର ସମ୍ମୁଖୀନ ଅଧିକ ହୁଅନ୍ତି । କହି ରଖିବାକୁ ଚାହିଁବୁ ତେଲିଆ ଏବଂ କ୍ୟାଲୋରୀ ଥିବା ଖାଦ୍ୟର ଅତ୍ୟଧିକ ବ୍ୟବହାର ଫ୍ୟାଟି ଲିଭରର କାରଣ ହୋଇପାରେ ।
ଏପରି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ନିଜ ଲାଇଫଷ୍ଟାଇଲରେ ଉନ୍ନତି ଆଣିବାକୁ ପଡିବ ଏବଂ ଆପଣଙ୍କର ଡାଏଟ୍ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ । ଆପଣ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ । ପାଳଙ୍ଗ ଶାଗ ଖାଦ୍ୟରେ ସାମିଲ କରି ଆପଣ ଫ୍ୟାଟି ଲିଭରକୁ ନିୟନ୍ତ୍ରଣ କରିପାରିବେ ।
ପାଳଙ୍ଗ ପାଣିରେ ପ୍ରୋଟିନ୍ ସହିତ ଆଇରନ୍ ଏବଂ ଭିଟାମିନ୍ ଏ ଥାଏ । ଏହା ବ୍ୟତୀତ ଏହା ଏକ କ୍ଲିଞ୍ଜର୍ ଭାବରେ ମଧ୍ୟ କାମ କରେ । ଏଥିରେ ଥିବା ଲ୍ୟାକ୍ସେଟିଭ୍ ଗୁଣ ଅନେକ ଉପାୟରେ ଆପଣଙ୍କ ପାଇଁ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଲିଭର୍ ପାଇଁ ପାଳଙ୍ଗ ପାଣି କେତେ ଉପକାରୀ ।
ଫ୍ୟାଟି ଲିଭରରେ ପାଳଙ୍ଗ ଶାଗ ପାଣି କିପରି କାମ କରେ?
ଲିଭର୍ ରେ ଜମା ହୋଇଥିବା ଚର୍ବିକୁ ହଟାଇବା ପାଇଁ ପାଳଙ୍ଗ ପାଣି ସାହାଯ୍ୟ କରେ । ଏହା ଆପଣଙ୍କ ଲିଭର୍ କାର୍ଯ୍ୟକୁ ବଢ଼ାଇଥାଏ ଏବଂ ପରେ ଶରୀରର ବାକି ଫଙ୍କସନ୍ ଗୁଡ଼ିକରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
ପାଳଙ୍ଗ ପାଣି ଲିଭର୍ ସେଲ୍ କୁ ଯାଇ ଚର୍ବିକୁ ବାହାର କରିଦିଏ । ଏହିପରି ଭାବେ ପାଳଙ୍ଗ ପାଣି ଲିଭର୍ ପାଇଁ ଏକ ଡିଟକ୍ସିଫାଇଙ୍ଗ୍ ଏଜେଣ୍ଟ ଭାବରେ କାମ କରେ ।
ପାଳଙ୍ଗ ପାଣି କିପରି ପିଇବେ…
ଫ୍ୟାଟି ଲିଭର୍ ପାଇଁ ପାଳଙ୍ଗ ପାଣି ପିଇବାର ସଠିକ୍ ଉପାୟ ହେଉଛି ପାଳଙ୍ଗ ପାଣି ରେ ଟିକେ କଳା ଲୁଣ ମିଶାନ୍ତୁ । ପରେ ଏହାକୁ ଥରେ ଫୁଟାନ୍ତୁ ଏବଂ ଏହି ପାଣି ପିଅନ୍ତୁ ।
ଏହି ପାଣି ଗରମ ଥିବାବେଳେ ହିଁ ଆପଣ ଏହାକୁ ପିଇବେ । ତା ପରେ ହିଁ ଏହା ଅଧିକ ଲାଭଦାୟକ ହେବ । ମନେରଖନ୍ତୁ ଯେ ଏହି ପାଣିକୁ ସକାଳେ ଖାଲି ପେଟରେ ପିଅନ୍ତୁ କାରଣ ଏହା ସକାଳେ ହିଁ ଅଧିକ ପ୍ରଭାବଶାଳୀ ହେବ ।
ପାଳଙ୍ଗ ପାଣି ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟ ଏବଂ ଅନ୍ତନଳୀ ସମସ୍ୟା ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏଥିରେ ଆଇରନ୍ ଥାଏ ଯାହା ରକ୍ତହୀନତାକୁ ରୋକିଥାଏ ଏବଂ ଏହାର ଭିଟାମିନ୍ ଏ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିଥାଏ।