SunstarTV
ପୁଣି ଖୁସି ଖବର ଦେଲେ ରାଜ୍ୟ ସରକାର । ରାଜ୍ୟରେ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ୧ କୋଟି ୬୦ହଜାର ମହିଳା ଆବେଦନ କରିସାରିଲେଣି। ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ।
ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏଯାଏଁ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି । ଆହୁରି ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ।
ସୂଚନା ମୁତାବକ ଗତ ୨୩ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଗାଇଡଲାଇନରେ ସଂଶୋଧନ ନେଇ ଆଲୋଚନା ହେବା ସହ ୨.୬୭ଲକ୍ଷ ଖାରଜ ଆବେଦନର ପୁନଃବିଚାର କରାଯିବା ନେଇ ନିଷ୍ପତ୍ତି ହୋଇଛି।