SunstarTV
ଗତକାଲି ଭଳି ଆଜି ବି ବାତ୍ୟାଞ୍ଚଳ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଆକାଶମାର୍ଗରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସର୍ଭେ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିଥିବା କେନ୍ଦ୍ରପଡ଼ା ଜିଲ୍ଲା ହାବେଳୀଖଟିର ବି ସ୍ଥିତି ମଧ୍ୟ ପରଖିବେ। ଏହାପରେ ମୁଖ୍ୟମନ୍ତ୍ରୀ SRC କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ ବୋଲି ଜଣାଯାଇଛି।
ଆଜି ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଏରିଅଲ ସର୍ଭେ କରିବେ। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ବି ଉପସ୍ଥିତ ରହିବେ।
ଏହାପରେ ମୁଖ୍ୟମନ୍ତ୍ରୀ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ହାବେଳୀଖଟିର ସ୍ଥିତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ଏଥିସହ ସେଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବି ସବିଶେଷ ତଥ୍ୟ ସଂଗ୍ରହ କରିବେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ SRC କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ ।
ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ସ୍ଥାନର ଏରିଅଲ ସର୍ଭେ କରିଥିଲେ। ନଭେମ୍ବର ୨ ତାରିଖ ସୁଦ୍ଧା ସବୁ ବିଭାଗ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ପ୍ରଭାବିତଙ୍କୁ ସରକାରୀ ସହାୟତା ମିଳିବ ବୋଲି ଘୋଷଣା ମୁଖ୍ୟମନ୍ତ୍ରୀ।