SunstarTV
ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ଏୟାରପୋର୍ଟ ନିକଟରେ ଥିବା ଡମ୍ପିଙ୍ଗ ୟାର୍ଡରେ ବାଘ ଆତଙ୍କ । ଏକ କଲରାପତ୍ରିଆ ବାଘକୁ ଡମ୍ପିୟାର୍ଡରେ ଥିବା କର୍ମଚାରୀ ମାନେ ଦେଖିଥିଲେ । ଏ ସମ୍ପର୍କୀତ ଖବର ପାଇ ଏୟାରଫିଲଂଡ ଥାନା ପୋଲିସ ଓ ବନ ବିଭାଗ କରଂମଚାରୀ ମାନେ ପହଁଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବନ ବିଭାଗ ପ୍ଲାଷ୍ଟିକ ଜାଲ ଆଣି ବାଘକୁ ଧରିବାର ପ୍ରୟାସ ଆରମ୍ଭ କରିଛି ।
ବିମାନ ବନ୍ଦର ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ସମୟରେ ସକାଳ ୯.୨୯ ସମୟରେ ଜଣେ ମହିଳା କର୍ମଚାରୀ ବାଘକୁ ଦେଖିଥିବା କହିଛନ୍ତି । କଳା ଛିଟା ଥିବା ବଡ଼ ହଳଦିଆ ରଙ୍ଗ ବାଘ ଗଛ ଚଢି ଯାଉଥିବା ବେଳେ ଭୟରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ଏ ନେଇ ସେମାନେ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି । ବନ ବିଭାଗକୁ ବି ସେମାନେ ଖବର ଦେଇଛନ୍ତି । ବାଘର ପାଦ ଚି଼ହ୍ନ ବି ରହିଛି । ବାଘକୁ କାବୁ ନ କରିବା ଯାଏଁ କାମ କରିବେନି ବୋଲି ସମସ୍ତେ କହିଛନ୍ତି । ବିମାନବନ୍ଦର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।