ଚାଲିଯାଇଛି ବାତ୍ୟା ଦାନା କିନ୍ତୁ ଦେଇ ଯାଇଛି ଦୁଃଖ…. କେନ୍ଦ୍ରାପଡ଼ା ଜିଲ୍ଲା ସୀମାନ୍ତରେ ଅବସ୍ଥିତ କାଟଣାବଣିଆ ପଞ୍ଚାୟତ ଝାଡ଼ମାଳ ଗାଁର ଲୋକଙ୍କ ଅବସ୍ଥା ନକହିବା ଭଲ….ବାତ୍ୟା ପୂର୍ବରୁ ଗାଁ ଲୋକେ ବ୍ଲକ ପ୍ରଶାସନ କୁ ନିବେଦନ କରିଥିଲେ ଗାଁରେ ଏକ ବାତ୍ୟା ଆଶ୍ରୟସ୍ଥଳୀ କରାଯାଉ…. ବାତ୍ୟା ସମୟରେ ଗୁହାରି କରିଥିଲେ ଗାଁରେ ସ୍କୁଲ କୁ ସେଲଟର ସେଣ୍ଟର ଭାବେ ଘୋଷଣା କରାଯାଉ କିନ୍ତୁ କେହି ଶୁଣିଲେନି। ବାତ୍ୟା ତିନିଦିନ ଗାଁ ଲୋକେ ଓପାସରେ ରହିଲେ… ବାତ୍ୟା ପରେ ବି ଓପାସ… ଗାଁ କୁ ସଲଗ୍ନ ବ୍ରାହ୍ମଣୀ ନଦୀ… ନଦୀରେ କୁମ୍ଭୀର ମାଳ ମାଳ। ନଦୀରେ ଢେଉ କୂଳ ଲଂଘୁଚି ହେଲେ ଶୁଣିବାକୁ କେହିନାହିଁ। ବାତ୍ୟାରେ ନା ପଞ୍ଚାୟତ ର ସରପଞ୍ଚ ଙ୍କର ଦେଖା ମିଳିଲା ନା ବ୍ଲକ ପ୍ରଶାସନର… ରନ୍ଧା ଖାଦ୍ୟ ନେଇକି ଗଲେ ଗାଁର କେଇ ଜଣଙ୍କୁ ଦେଇ ଆସିଲେ ବାକି ଲୋକ ଓପାସ…. ଘରେ ଚୁଲା ଜଳୁନି ଏମିତି ଅଭିଯୋଗ ନେଇ ଆଜି ଗାଁର ସତାଧିକ ପୁରୁଷ ମହିଳା ଏକତ୍ରିତ ହୋଇ ରାଜକନିକା ବ୍ଲକର ବିଡ଼ିଓଙ୍କୁ ଭେଟିଥିବା ଦେଖିବାକୁ ମିକିଛି। ତେବେ ଏନେଇ କଣ ପ୍ରତିକ୍ରିୟା ରହିଛି ଶୁଣନ୍ତୁ