ସାମୁଦ୍ରିକ ବାତ୍ୟା “ଦାନା” ରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରପଡା ଜିଲ୍ଲା ର ରାଜନଗର ନିର୍ବାଚନ ମଣ୍ଡଳୀ. ଏଠାରେ ଗତ ତିନି ଦିନ ଧରି ସ୍ଥାନୀୟ ବିଧାୟକ୍ ଶ୍ରୀଯୁକ୍ତ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ସାମନ୍ତରାୟ ଯେପରି ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅନୁରୂପ ଭାବେ ବାତ୍ୟା ପରେ ମଧ୍ୟ ଲୋକ ଙ୍କ ସମସ୍ୟା ବୁଝିବାକୁ ଜନସାଧାରଣ ଙ୍କ ପାଖରେ ରହିଛନ୍ତି. କେତେକ ଯାଗା ରେ ବିଧାୟକ୍ ନିଜେ ହାତ ରେ କୁରାଢ଼ି ଧରି ରାସ୍ତା ରୁ ଗଚ୍ଛ କାଟି ରାସ୍ତା ସଫା କରୁଥିବା ବେଳେ ଆଉ କେତେକ ଯାଗା ରେ ଅଧ୍ୟକ୍ଷ ମହୋଦୟ ଘର କୁ ଘର ବୁଲି ରନ୍ଧା ଖାଦ୍ୟ ବାଣ୍ଟିବା ସହ ଲୋକ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି. ବିରୋଧୀ ଦଳ ରେ ଥାଇ ମଧ୍ଯ ବିଧାୟକ୍ ଏବ୍ଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଙ୍କ ଏତାଦୃଶ କାର୍ଯ୍ୟ ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି. ମନ ରେ ସେବା ପ୍ରବୃତ୍ତି ଥିଲେ ସାଧାରଣ ଲୋକଙ୍କ ସେବା କରିବାକୁ କୌଣସି କ୍ଷମତା ର ଆବଶ୍ୟକ ନାହିଁ ବୋଲି ମାନ୍ୟବର ବିଧାୟକ୍ ଧ୍ରୁବ ସାହୁ ପ୍ରମାଣିତ କରି ଦେଖାଉଛନ୍ତି. ସାଧାରଣ ରେ ଏବେ ଗୋଟିଏ ଚର୍ଚ୍ଚା ବିଧାୟକ୍ ହେବ ତ ଏମିତି