ବଚ୍ଚନ ପରିବାରେର ଉଠିଛି ଝଡ । ବଚ୍ଚନ ପରିବାରକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚା ଉପରେ ପରଦା ଟାଣିବାକୁ ଚେଷ୍ଟା ଚଳାଇଛନ୍ତି ପୁରା ପରିବାର । ତଥାପି ମଧ୍ୟ ଯେତେ ଚେଷ୍ଟା କଲେ ବି ପଦାରେ ପଡୁଛି ଘରର କଳି । ଅମ୍ବାନୀ ପରିବାରର ବିବାହ ଉତ୍ସବରେ ବଚ୍ଚନ ପରିବାରର ଫାଟ କଥାକୁ ନେଇ ଗୁଜବ ଉଠିଥିବା ବେଳେ ଅନେକ ସମୟରେ ଏହା ଠିକ ବୋଲି ପ୍ରମାଣିତ ମଧ୍ୟ ହୋଇଛି । ବର୍ତ୍ତମାନ ଐଶ୍ବର୍ଯ୍ୟା ଓ ଅଭିଶେକଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିବା ଚର୍ଚ୍ଚାକୁ ଖୋରାଜ ଯୋଗାଇଛି ଐଶ୍ବର୍ଯ୍ୟାଙ୍କ ଭାଇରାଲ ଭିଡିଓ । ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦମ୍ପତିଙ୍କ ଜୀବନରେ ଯାହା ଘଟୁଛି । ସମସ୍ତଙ୍କ ନଜର ତାହା ଉପରେ ରହିଛି। କିଛି ସମୟ ଧରି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି। ଐଶ୍ୱର୍ଯ୍ୟା-ଅଭିଷେକ ଅନନ୍ତ-ରାଧିକାଙ୍କ ବିବାହରେ ପୃଥକ ଭାବରେ ପହଞ୍ଚିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ସମୟରେ ମଙ୍ଗଳବାର ଦିନ ଐଶ୍ୱର୍ଯ୍ୟା ରାୟ ତାଙ୍କ ପରିବାର ସହିତ ସମୟ ବିତାଉଥିବାର ନଜର ଆସିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ମଧ୍ୟରେ ଏହି ଅଭିନେତ୍ରୀ ତାଙ୍କ ଝିଅ ଏବଂ ତାଙ୍କ ମାଆଙ୍କ ସହ ଏକ ବ୍ୟକ୍ତିଗତ ଜନ୍ମଦିନ ଭୋଜିରେ ଯୋଗଦେବାକୁ ନଜର ଆସିଥିଲେ। କିନ୍ତୁ ଅଭିଷେକ ବଚ୍ଚନଙ୍କୁ ପାର୍ଟୀରେ ଦେଖିବାକୁ ମିଳି ନଥିଲା। ଏହି ଫଟୋରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ପରିବାରମାନଙ୍କ ସହ ନଜର ଆସିଛନ୍ତି। ଏହା ବ୍ୟତୀତ ତାଙ୍କର କିଛି ସମ୍ପର୍କୀୟ ତାଙ୍କ ସହ ଅଛନ୍ତି। ଫଟୋରେ ଆରାଧ୍ୟା ତାଙ୍କ ସ୍କୁଲ ଜର୍ସିରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କୀୟଙ୍କ ସହ ସେୟାର କରାଯାଇଛି। ଯାହାଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଯୋଗ ଦେଇଥିଲେ। ଫଟୋ ସେୟାର କରିବାବେଳେ ସେ ତାଙ୍କର ବନ୍ଧୁ ଏବଂ ଫ୍ୟାନ୍ସଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଫଟୋରୁ ଅଭିଷେକଙ୍କ ଗାଏବ ଥିବା ନେଇ ନାନା ପ୍ରଶ୍ନ ଉଠୁଛି । ଐଶ୍ବର୍ଯ୍ୟାଙ୍କ ସହ ଜୟା ବଚ୍ଚନ ଓ ଶ୍ବେତା ନନ୍ଦାଙ୍କ ଭଲ ସଂପର୍କ ନଥିବା କାରଣରୁ ନୀଳନୟନା ନିଜ ମାଆଙ୍କ ସହ ରହୁଥିବା ଆଲୋଚନା ହେଉଥିଲା । ତେବେ ବର୍ତ୍ତମାନ ସେହି ରାଗରେ ଅଭିଶେକ ପାର୍ଟିରେ ଯୋଗ ଦେଇନଥିବା ଚର୍ଚ୍ଚା ହେଉଛି ।