ଅଧ ରାତିରେ ଲାଣ୍ଡଫଲ କରି ବାତ୍ୟା ଦାନା ତାଣ୍ଡବ ରଚିବାକୁ ଥିବା ବେଳେ ସରକାରଙ୍କ ଜିରୋ କାଜୁଆଲିଟକୁ ବେଖାତିର କରୁଛି ପୁରୀ ଜିଲ୍ଲା ଡେଲାଙ୍ଗ ପ୍ରଶାସନ। ସମ୍ଭାବ୍ୟ ବାତ୍ୟା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ରେ ରଖାଯାଇ ଥିବା ବେଳେ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଖାଦ୍ୟପେୟ ସହ କୈାଣସି ସୁବିଧା ହୋଇନାହିଁ । ଯାହାକୁ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ କୋଠବାଡ ପଂଚାୟତ ର ସରପଂଚ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବା ସମୟରେ କୋହ ରଖିନପାରି କାନ୍ଦି ପକାଇଥିଲେ। ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ପାଇଁ ଡେଲାଙ୍ଗ କୋଠବାଡ ପଂଚାୟତର ପ୍ରାୟ ୩ଶହ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ବୃଦ୍ଧ ବୃଦ୍ଧା ଙ୍କୁ ସରକାର ଙ୍କ ପକ୍ଷରୁ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀ ରେ ରଖାଯାଇଛି । କିନ୍ତୁ ସେମାନଙ୍କ ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନ ଖାଦ୍ୟପେୟ ସହାୟତା ଯୋଗାଇ ଦିଆଯାଇ ନଥିଲା । ଫଳରେ ଆଶ୍ରୟସ୍ଥଳୀ ରେ ଥିବା ସମସ୍ତ ଲୋକେ ଡହଳବିକଳ ହୋଇ କ୍ଷଭୋ ପ୍ରକାଶ କରିଥିଲେ। ଖବର ପାଇ ରାତିରେ ସ୍ଥାନୀୟ ସରପଞ୍ଚ ଦୀପକ ସାହୁ ଆଶ୍ରୟସ୍ଥଳୀରେ ପହଞ୍ଚି କ୍ଷଭୋରତ ଲୋକଙ୍କ ସମ୍ମୁଖିନ ହୋଇଥିଲେ । ତୁରନ୍ତ ନିଜ ଅର୍ଥ ରେ ସମସ୍ତ ଲୋକ ମାନଙ୍କ ପାଇଁ ଖାଦ୍ୟପେୟ ର ସମସ୍ତ ସୁବିଧା କରି ସରକାରୀ ବ୍ୟବସ୍ଥା ଉପରେ ବର୍ଷି ଥିଲେ । ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ରହିଥିବା ବେଳେ ଏଠି କିନ୍ତୁ ଡେଲାଙ୍ଗ ବ୍ଲକ୍ ପ୍ରଶାସନ ଜାଣି ଶୁଣି ଆକ୍ରୋଶମୂଳକ ଭାବେ ସାଧାରଣ ଲୋକଙ୍କୁ ସମସ୍ୟା ରେ ପକାଉଥିବା ଅଭିଯୋଗ କରି ପ୍ରତିକ୍ରିୟା ରେ ସରପଂଚ ଶ୍ରୀଯୁକ୍ତ ସାହୁ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ଜିରୋ କାଜୁଆଲିଟକୁ ପ୍ରାଧାନ୍ୟ ଦେଇ ସ୍ଥାନୀୟ ପ୍ରଶାସନ କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଡେଲାଙ୍ଗ ବ୍ଲକ୍ ରେ ତାହା ସମ୍ପୁର୍ଣ୍ଣ ଓଲଟା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ବାତ୍ୟା ଆଶ୍ରୟସ୍ଥଳୀ ରେ ରହୁଥିବା ବୃଦ୍ଧ ବୃଦ୍ଧା ମହିଳା ପୁରୁଷ ମାନେ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରି ସରପଂଚ ଙ୍କୁ ପ୍ରଶଂସା କରିଛନ୍ତି