ସମ୍ଭାବ୍ୟ ବାତ୍ୟା ସମସ୍ତ ଙ୍କୁ ଟେନ୍ସନ ଦେଉଥିଲା ବେଳେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛି ଜାତୀୟ ଦଳିତ ମହାସଙ୍ଘ । ଭୂମିହୀନ ଙ୍କୁ ଜମି ପଟ୍ଟା ଓ ଗୃହ ଯୋଗାଇ ଦେବା ଦାବୀ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହକ ପାଈଁ ଲଢେଇ ଜାରି ରଖିଥିବା ଜାତୀୟ ଦଳିତ ସଙ୍ଘ ବାତ୍ୟା ପୂର୍ବ ଦିନ ପୂର୍ବରୁ ଏଭଳି ପ୍ରତିବାଦ ଜିଲ୍ଲା ପ୍ରଶାସନ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି । ଆଜି ଶତାଧିକ ଦଳିତ ପୁରୁଷ ଓ ମହିଳା ଡେଲାଙ୍ଗ ବେର ବୋଇ ଗାନ୍ଧିପୀଠ ଠାରୁ ଶୋଭାଯାତ୍ରା ରେ ଆସି ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନେକ ସମୟରେ ଦଳିତ ଗରିବ ନିଷ୍ପେସିତ ଲୋକମାନେ ଅତ୍ୟାଚାର ହେଉଥିବା ବେଳେ ଗରିବ ଏବେ ମଧ୍ୟ ଅବହେଳିତ ବୋଲି ଜାତୀୟ ଦଳିତ ସଙ୍ଘ ରାଜ୍ୟ ସଭାପତି ବିଜୟ ସେଠି ଅଭିଯୋଗ କରିଥିବା ବେଳେ ବାତ୍ୟା ପୂର୍ବରୁ ସମସ୍ତେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଦଳିତ ନିଜ ହକ ପାଇଁ ରାଜରାସ୍ତାକୁ କୁ ଓହ୍ଲାଇ ଘର ଓ ଜମି ପାଇଁ ପ୍ରତିବାଦ କରୁଛି ବୋଲି କହିଛନ୍ତି ।