ବାତ୍ୟା ଆସିଲେ ସରକାରଙ୍କ ବଡ଼ ନଜର ସାତଭାୟା ବାସୀଙ୍କ ଉପରେ ରହିଥାଏ, ବର୍ତ୍ତମାନ ସମ୍ଭାଵ୍ୟ ବାତ୍ୟାକୁ ନଜର ରଖି ସରକାର ସାତଭାୟା ବାସୀଙ୍କୁ ବଗ ପଟିଆ ବାତ୍ୟା ଆଶ୍ରୟ ସ୍ଥଳୀକୁ ଥଇଥାନ କରିଛନ୍ତି,ଲୋକ ମାନଙ୍କ ସୁବିଧା ପାଇଁ ସମସ୍ତ ବନ୍ଦୋବସ୍ତ ମଧ୍ୟ କରିଛନ୍ତି କିନ୍ତୁ ଦୁଃଖର କଥା ପୂର୍ବ ବାତ୍ୟାର ବିବିଶିକା ଲୋକ ମାନଙ୍କ ଆଖିରୁ ଏଯାଏଁ ଲିଭି ନଥିବା ବେଳେ ବାତ୍ୟା ଦାନା ସେହି ବିବିଶିକାର କାହାଣୀକୁ ମନେ ପକେଇଦେଇଛି,ସାତଭାୟା ଅଧିବାସୀଙ୍କ ଆଖିରେ ପୁଣି ଲୁହ ଦେଇଛି,ସାତଭାୟା ବାସୀଙ୍କୁ ସରକାର ବାତ୍ୟା ଆଶ୍ରୟ ସ୍ଥଳୀରେ ଥଇଥାନ କରିଛନ୍ତି ସତ କିନ୍ତୁ ସମୁଦ୍ର କୂଳରେ ରହିଥିବା ସାତଭାୟାଙ୍କ ଗାଁ କୁ ଭୁଲି ପାରୁନାହାନ୍ତି ଲୋକେ,କୁହାଯାଇ ପାରେ 1974 ମସିହା ବାତ୍ୟାରୁ ଆରମ୍ଭ କରି 1999 ମସିହା ମହା ବାତ୍ୟା ଓ ଏଯାଏଁ ଯେଉଁ ସବୁ ବାତ୍ୟା ଓଡିଶା କୁ ଆସିଛି ସେଥିରେ ଅନେକ କ୍ଷୟକ୍ଷତି ସହିଛନ୍ତି ସାତଭାୟ ବାସୀ.