ବାତ୍ୟା ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ପାଟକୁରା ଡେରାବିଶ ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢ଼ଙ୍ଗା ଗ୍ରାମ ରେ କଳା ବଜାରୀ ଓ ରାସନ ଯୋଗାଣ ଦାଇତ୍ୱ ରେ ଥିବା ଡିଲର ଙ୍କ ମନମୁଖୀ କାର୍ଯ୍ୟ ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ. ଖବର ସଂଗ୍ରହ କଲେ ସାମ୍ବାଦିକ ଙ୍କୁ ରବି ଜେନା ନାମକ ଅସାଧୁ ଶ୍ରେଣୀୟ ଲୋକ ଦେଉଛି ହତ୍ୟା ଧମକ. ଘଟଣା ଟି ଏହି ଭଳି କୀ ନିଗମ ସିସି ସେଣ୍ଟର ର ଡିଲର ଙ୍କ ପୁଅ ନିର୍ମଳ ଓ ରବି ଜେନା ନାମକ ଅସାଧୁ ଶ୍ରେଣୀୟ ବ୍ୟକ୍ତି ମିଶି ଲୋକଙ୍କୁ ରାସନ କାର୍ଡ ରେ ଚାଉଳ ଯୋଗାଇବା ବେଳେ ମନମୁଖୀ କାର୍ଯ୍ୟ କରୁଥିବା ଓ ରାସନ ନ ଦେଇ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି. ସିସି ସେଣ୍ଟର ରେ ଚାଉଳ ଦିଆ ନ ଯାଇ ଅଢ଼ଙ୍ଗା ର ଜଣେ ଅସାଧୁ ଶ୍ରେଣୀୟ ବ୍ୟକ୍ତି ଙ୍କ ଘରେ ଚାଉଳ ଦିଆଯାଉଥିବା ଓ ଡିଲର ମନମୁଖୀ କାର୍ଯ୍ୟ କରୁଥିବା ହୀରାଧିକାରୀ ଅଭିଯୋଗ ଆଣିଛନ୍ତି ଓ ଡେରାବିଶ ଯୋଗାଣ ଅଧିକାରୀ ଙ୍କୁ ଫୋନ ଯୋଗେ ଜଣାଇଥିବl କହିଛନ୍ତି. ଏବେ ଗଣମାଧ୍ୟମ ପ୍ରତିନିଧି ଘଟଣା କୁ ତର୍ଜମା କରି ଖବର ସଂଗ୍ରହ କରିବା ସମୟରେ ରବି ଜେନା ସାମ୍ବାଦିକ ଙ୍କୁ ହତ୍ୟା ଧମକ ଦେଉଥିବା ସୂଚନା ମିଳିଛି |