ସମ୍ଭାବ୍ୟ ବାତ୍ୟା “ଦାନା” ପାଇଁ ସରକାରୀ ସ୍ତରରେ ତୁହାକୁ ତୁହା ହେଉଥିବା ଡ଼ାକବାଜି ଯନ୍ତ୍ର ଦ୍ଵାରା ହେଉଥିବା ପ୍ରଚାର କେବଳ ପ୍ରଚାରରେ ରହି ଯାଇଛି ସୀମିତ।କାରଣ ସମସ୍ତେ ଖାମ ଖିଆଲ ଭାବେ ନେବା ସହିତ ମତ୍ସ୍ୟଜୀବୀ,ଘାଟ ଗୁଡିକରେ ନା ଅଛି ଲାଇଫ ଜ୍ୟାକେଟ ନା ଅଛି ପାର ହେବା ନିମନ୍ତେ ସୁରକ୍ଷିତ ବ୍ୟବସ୍ତା। ଘାଟ ଗୁଡିକ ରେ ପକାଇଥିବା ଡଙ୍ଗା, ଡିଙ୍ଗି ବୋଟ ଗୁଡିକ ସରକାରଙ୍କ ଦ୍ୱାରା ହୋଇଥିବା ବାତ୍ୟା “ଦାନା” ସତର୍କ ହେବା ସହିତ ତୁରନ୍ତ ସୁରକ୍ଷିତ ନିମନ୍ତେ ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ନଦୀରେ ପାର ହେବା ବେଳେ ଅଘଟଣ ନିମନ୍ତେ ପାର ହେବା ପାଇଁ ପଡ଼ିଥିବା ଡଙ୍ଗା , ବୋଟ ଗୁଡିକ ରେ ନା ଅଛି ଲାଇଫ୍ ଜ୍ୟାକେଟ ନା ଅଛି ସୁରକ୍ଷିତ ବ୍ୟବସ୍ତା ? ସେଥିରେ ପୁଣି ସେମାନେ କାପାସିଟି ବାହାରେ ନେଉଛନ୍ତି ଗାଡ଼ି ଆଉ ଯାତ୍ରୀ ? ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ନା ଅଛି କଟକଣା ନା ଅଛି ଅଙ୍କୁଶ ? ସେ ଯାହା ହେଉ ପ୍ରଚାର ପ୍ରସାର ଶୁଣି ମତ୍ସ୍ୟଜୀବୀ ମାନେ ଭୟରେ ଫେରି ଆସି କୁଲ ଥିବାର ନଜର କୁ ଆସୁଛି।ଏଥିପ୍ରତି କର୍ଣ୍ଣପାତ ପୂର୍ବକ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବ୍ୟବସ୍ତା କରିବାକୁ ସାଧାରଣରେ ଦାବି ହେଉଛି।