ସମ୍ଭାବ୍ୟ ବାତ୍ୟା “ଦାନା “ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ରହି ଆସିଥିବା ବେଳେ ରାଜ୍ୟ ସରକାର କ୍ଷଣ କୁ କ୍ଷଣ ତପ୍ତର୍ ହୋଇ ଆସୁଥିବା ସମୟରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ କଡ଼ା କଡ଼ି ଭାବେ ସତର୍କ କରିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ ଅଧିନ ରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ସମ୍ପର୍କରେ ବଢ଼ି ଯାଇଛି ଚିନ୍ତାର କଳାବାଦଲ।ନଦୀ କୂଳିଆ ତଥା ସମୁଦ୍ର ଉପକୂଳ ଅଞ୍ଚଳ ବାତ୍ୟା,ବନ୍ୟା ଆଉ ବର୍ଷା ଦାଉରୁ ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ ପ୍ରଶାସନ ପକ୍ଷରୁ ନିର୍ମାଣ କରା ଯାଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ନାହିଁ ନଥିବା ଅପରିଷ୍କାର ,ଆବର୍ଜନା ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି।ନାଁ ଚିନ୍ତା ଅଛି ପଞ୍ଚାୟତ ର ନା ଚିନ୍ତା ଅଛି ସରକାରୀ ବାବୁ ମାନଙ୍କର।ଯେଉଁଠାରେ ଆଶ୍ରୟ ସ୍ଥଳୀ ଆବଶ୍ୟକ ସେଠାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯେଉଁଠାରେ ଅଛି,ନଦୀ କୂଳିଆ ଏବଂ ସମୁଦ୍ର ଉପକୂଳ ରେ ବାସ କରୁଥିବା ଗ୍ରାମ ଗୁଡିକ ସେଠାକୁ ଆସିବାକୁ ନା ଅଛି ରାସ୍ତା ନା ଅଛି ସୁବିଧା ସୁଯୋଗ।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।