ବାତ୍ୟା ‘ଦାନା’ କୁ ନେଇ ଆରମ୍ଭ ହେଇଯାଇଛି ଭିନ୍ନ ଭିନ୍ନ ଆକଳନ | ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୪ ରୁ ୨୫ ତାରିଖ ଭିତରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିପାରେ |
ଯାହା ୨୩ ତାରିଖ ସକାଳୁ ସାମୁଦ୍ରିକ ଝାଡା ବା ବାତ୍ୟାର ରୂପ ନେବ | କ୍ରମଶଃ ଏହା ଉତ୍ତର -ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ନିକଟତର ହେବ |
ଅକ୍ଟୋବର ୨୪ ସକାଳ ସୁଧା ଏହାର ପ୍ରଭାବ ଦେଖାଯିବ | ତେବେ କାହିଁକି ଏଥର ବାତ୍ୟାର ନାମ ‘ଦାନା’ ରଖାଯାଇଛି | ଏହାର ଅର୍ଥ କଣ ? କେଉଁଠାରୁ ଆସିଲା ଏହି ଶବ୍ଦ …..
ଦାନା ର ଅର୍ଥ – ସାଉଦି ଆରବ ଏହାର ନାମକରଣ କରିଛି ‘ଦାନା’| ଆରବୀୟ ଶବ୍ଦ ଦାନା ହେଉଛି ଏକ ନାରୀ ସଂମ୍ବନ୍ଧିୟ ନାମ ଯାହା ପୂର୍ଣ୍ଣ ଆକାରରେ ମୂଲ୍ୟବାନ ଏବଂ ସୁନ୍ଦର ମୋତି କୁ ବୁଝାଏ | ଏହି ନାମ ସାଧାରଣତଃ ପାରସୀ ଉପସାଗରରେ ଆରବ ରାଜ୍ୟମାଙ୍କରେ ବ୍ୟବହୃତ ହୁଏ, ଯେଉଁଠାରେ ମୋତି ବୁଣିବା ଏତିହାସିକ ଭବରେ ଏକ ଗୁରୁତ୍ୱପୂର୍ଣ୍ଣ ବୃତ୍ତି ଥିଲା |
ପାର୍ସି ଭାଷାରେ, ‘ଦାନା’ ର ଅର୍ଥ ଦାନ ବା ଅନୁଦାନ ପରି ଅର୍ଥ ପ୍ରଦାନ କରେ | ଝଡର ସହଜ ଚିହ୍ନଟ ସୁଗମ କରିବା ଏବଂ ପାଣିପାଗ ବିପଦ ବିଷୟରେ ଜନସାଧାରଣଙ୍କ ସଚେତନତାକୁ ବଢାଇବା ଲକ୍ଷ୍ୟରେ ଟ୍ରପିକଲ ସାଇକ୍ଲୋନ ପାଇଁ ଏକ ଆନ୍ତର୍ଜାତୀୟ ନାମକରଣ ବ୍ୟବସ୍ଥାରେ ଏକ ଅଂଶ ଭାବରେ କାତାର ଏହା ପ୍ରସ୍ତାବ ଦେଇଥିଲା |
ବିଶ୍ୱ ପାଣିପାଗ ବିଭାଗ (WMO ) ସମଗ୍ର ବିଶ୍ୱରେ ସାଇକ୍ଲୋନ ନାମ ସ୍ଥିର କରିଥାଏ | WMO ର ଏକ ଅନ୍ତର୍ଜାତୀୟ କମିଟି ସାଇକ୍ଲୋନର ନାମ ପରିଚାଳନା ଏବଂ ଅପଡେଟ କରେ | ଭାରତ ସମେତ ୧୩ ଟି ଦେଶ ଏସିଆ ପ୍ରଶାନ୍ତ ମହାସାଗରରେ ଘୁର୍ଣ୍ଣିବଳୟ ନାମ ସ୍ଥିର କରନ୍ତି | ଭାରତ ବ୍ୟତୀତ ଏହି ଦେଶଗୁଡିକରେ ଇରାନ , ମାଳଦ୍ଵୀପ, ଥାଇଲ୍ୟାଣ୍ଡ ସଂଯୁକ୍ତ ଆରବ , ମିଆଁମାର , ଓମାନ ,ପାକିସ୍ତାନ , ସାଉଦି ଆରବ , ଶ୍ରୀଲଙ୍କା ଅନ୍ତର୍ଭୂକ୍ତ |