SunStarTV
ଅବପାତରେ ପରିଣତ ହେଲା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସୁଧା ଏହା ବାତ୍ୟାର ରୂପ ନେବ। ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୨୪ ରାତି କିମ୍ବା ୨୫ ତାରିଖ ସକାଳେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ ବୋଲି ସୂଚନା ରହିଛି ।
ଆନ୍ତର୍ଜାତିକ ମଡେଲର ସୂଚନା ଅନୁଯାୟୀ, ବାତ୍ୟା ଦାନାର ଗତିପଥ ବଦଳୁଛି। ଏହା କେନ୍ଦ୍ରାପଡାରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହାପରେ ଭୀଷଣବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ପରେ ରିକର୍ଭ କରି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତିକରିବ ବାତ୍ୟା। ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ସ୍ଥଳଭାଗ ମୁହାଁ ହେବ। ଆଜି ରାତିରୁ ରାଜ୍ୟରେ ବଦଳିଯିବ ପାଗ। ବର୍ଷା ସହ ବଢିବ ପବନର ବେଗ। ଏ ନେଇ ଆନ୍ତର୍ଜାତିକ ମଡେଲ ଆକଳନ କରିଛି।
ମଙ୍ଗଳବାର ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ଓ ୨୩ରେ ବାତ୍ୟା ରୂପ ନେଇ ଓଡ଼ିଶା ମୁହାଁ ହେବ। ପୁରୀରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାବେଳେ ଅଧିକାଂଶ ମଡେ଼ଲରେ ଏହି ବାତ୍ୟା କେନ୍ଦ୍ରାପଡ଼ାରୁ ବାଲେଶ୍ୱର ମଧ୍ୟରେ କୌଣସି ସ୍ଥାନରେ ମାଡ଼ କରିପାରେ ବୋଲି ଆକଳନ କରିଛି ।
ଅନ୍ୟପକ୍ଷରେ ଏହି ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୩ ତାରିଖରୁ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ସେଥିପାଇଁ ପୁରୀ ଯିବାକୁ ମନା କରାଯାଇଛି ।