ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ପଞ୍ଚାୟତ ବଳଭଦ୍ର ପ୍ରସାଦ ଗ୍ରାମର ଉପେନ୍ଦ୍ର ମାହୁନ୍ତ ଙ୍କ ଝିଅ ସସ୍ମିତା ମାହୁନ୍ତ ୨୦୧୩ ମସିହା ରେ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପୁର ଗ୍ରାମର ତ୍ରିଲୋଚନ ନାୟକ ଙ୍କ ପୁଅ ସୁନନ୍ଦଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ସମୟରେ ଯୈାତୁକ ବାବଦରେ ୩୦ ହଜାର ଟଙ୍କା ଦେଇଥିଲେ ବୋଲି ମୃତ ସସ୍ମିତା ଙ୍କ ବାପା କହିଛନ୍ତି।ହେଲେ ଏକ ମୋଟରସାଇକେଲ ପାଇଁ ଶାଶୁ ଘର ଲୋକେ ବାରମ୍ବାର ଚାପ ପକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ ବୋଲି ମୃତ ସସ୍ମିତା ଙ୍କ ମା କହିଛନ୍ତି। ସସ୍ମିତା ଅସୁସ୍ଥ ଥିବା ଖବର ପାଇ ଚାନ୍ଦବାଲି ମେଡିକାଲ ଯାଇଥିଲେ।ହେଲେ ତାଙ୍କ ଝିଅକୁ କଟକ ପଠାଇ ଦିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କଥା ଜଣାପଡ଼ିଥିଲା। ମୃତ ମହିଳା ଙ୍କ ବାପାଙ୍କ ଅଭିଯୋଗ ଆଧାରରେସ୍ୱାମୀ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦେଢସୁର,ଯାଆ, ଝିଆରୀ ଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା କଥା ଏସଡିପିଓ କହିଛନ୍ତି।