ଯାଜପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଦାନା ର ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି . ଯାଜପୁର ଜିଲ୍ଲାପାଳ ପି ଅନ୍ବେଷ ରେଡ୍ଡୀଙ୍କ ଅଧକ୍ଷତରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଙ୍କ ସହିତ ଅପରାହ୍ନ ରେ ଏକ ବୈଠକ oswan କକ୍ଷରେ ଅନୁଷ୍ଠିତ ହୋଇଯାଇଛି . ଜିଲ୍ଲାପାଳ ସମସ୍ତ ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦେଶ ଦେବା ସହିତ ସମସ୍ତ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦେଇଛନ୍ତି . ଔଷଧ ଓ ଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି , ଗର୍ଭବତୀ ମହିଳା ଓ ଶିଶୁଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି