ନିର୍ଜୀଵ ମୂର୍ତ୍ତି ଭୂମିକା ରେ ମଣିଷ, ମୂର୍ତ୍ତି ରୂପରେ ମଣିଷ ଙ୍କ ଜୀବନ୍ତ ଅଭିନୟ. ଦେବା ଦେଵୀ ରୂପରେ ଏକାଗ୍ର ଚିତ ର ବାର୍ତା ଦେଲେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର କର୍ମକର୍ତା ଓ ଛାତ୍ର ଛାତ୍ରୀ. କେନ୍ଦ୍ରାପଡ଼ା ପ୍ରସିଧ ଗଜଲକ୍ଷ୍ମୀ ପୂଜା ଅବସରରେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର କର୍ମକର୍ତା ଓ ଛାତ୍ର ଛାତ୍ରୀ ମାନେ ଡେରାବିଶ ଚାନ୍ଦୋଳ ରେ ଏକ ମଞ୍ଚ ରେ ପୌରାଣିକ ତତ୍ୱ ଓ କାଳ ର ବିଭିନ୍ନ ଚରିତ୍ର ଓ ଦେବଦେବୀ ଙ୍କ ରୂପ ନେଇ ନିର୍ଜୀଵ ମୂର୍ତ ଭଳି ସଜେଇ ହୋଇ ମଞ୍ଚ ରେ ଏକାଗ୍ର ଚିତ ରେ ଧ୍ୟାନ ମୁଦ୍ରା ରେ ବସିଛନ୍ତି. ଦୂରରୁ ଦେଖିଲେ ଲାଗିବ ନାହିଁ ଯେ ମଣିଷ ମାନେ ଏଭଳି ସଜେଇ ହେଇଛନ୍ତି, ସମ୍ପୂର୍ଣ ନିର୍ଜୀଵ ମୂର୍ତ୍ତି ଭଳି ଲାଗିବ କିନ୍ତୁ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଏକାଗ୍ରତା ଯୋଗୁଁ ସେମାନେ ଦର୍ଶକ ଙ୍କୁ ବିଶ୍ୱ କଲ୍ୟାଣ ର ବାର୍ତା ଦେଇ ନିର୍ଜୀଵ ମୂର୍ତ୍ତି ଭଳି ସଜେଇ ହୋଇ ବସିଛନ୍ତି.