ଆଜି ୨୧ ତାରିଖ ସୋମବାର ଦୀନ ୧୧ଘଟିକା ସମୟରେ କେଶରିୟା ହିନ୍ଦୁ ବାହୀନି ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ୍,ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ରାଜ୍ୟ କମିଟି ର ସମସ୍ତ ସଦସ୍ୟ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର କେଶରିୟା ହିନ୍ଦୁ ବାହୀନି କାର୍ଯ୍ୟାଳୟ ରେ ଆସି ପହଞ୍ଚିଲେ । ଏହି ସମ୍ମାନୀୟ ଅତିଥିଗଣଙ୍କୁ ମୟୂରଭଞ୍ଜ ଜିଲ୍ଲାର ମହିଳା ,ଯୁବ ଏବଂ ଛାତ୍ର ମୋର୍ଚ୍ଚାର ସଦସ୍ୟଗଣ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଏବଂ ସମ୍ବର୍ଧନା କଲେ ଏବଂ ରାଜ୍ୟ ର ଏହି ସମସ୍ତ ଯୋଦ୍ଧା ସିପାହୀ ମାନଙ୍କୁ କେଶରୀୟା କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ । ଆଜି ଦିନ ୧୧ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଚାଲିଥିଲା ଜିଲ୍ଲା ର ମୁଖ୍ୟ କମିଟି, ମହିଳା କମିଟି, ଯୁବ କମିଟି, ଛାତ୍ର କମିଟି ସମ୍ପୁର୍ଣ୍ଣ ପୁର୍ଣ୍ଣାଙ୍ଗ ହୋଇଥିବାରୁ ଏହି ମୋର୍ଚ୍ଚା ମାନଙ୍କର ସମସ୍ତ ଯୋଦ୍ଧା ସିପାହୀ ମାନଙ୍କୁ ପରିଚୟପତ୍ର ବଣ୍ଟନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଧନା ଜଣାଇଥିଲେ କେଶରୀୟା ହିନ୍ଦୁ ବାହୀନି ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ ଏବଂ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ରାଜ୍ୟ କମିଟି
,ଗୋ ସୁରକ୍ଷା, ଧର୍ମାନ୍ତରୀକରଣ ଓ ଅନୁପ୍ରବେଶକାରୀଙ୍କୁ ରୋକିବା ଏବଂ ସନାତନ ଧର୍ମ ର ପ୍ରଚାର ଏବଂ ପ୍ରସାର ଏବଂ ଏହାର ମହତ୍ତ ଉପରେ ଆଲୋକପାତ କରିଥିଲେ ।ତତ୍ ସହିତ ଦେଶର ସମ୍ବିଧାନ ପ୍ରତି ସଦାସର୍ବଦା ସମ୍ମାନ ଏବଂ ଜାତି ଭାଷା , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଆମପାଖରେ ସମସ୍ତେ ସମାନ , ସଦାସର୍ବଦା ଗରିବ ଏବଂ ଅସହାୟ ଙ୍କୁ ସହଯୋଗର ହାତ ରହିଥାଏ ଓ ଦେଶବାସୀଙ୍କ ମଙ୍ଗଳ ଓ ହିତ ପାଇଁ ଏହି ସଂଗଠନ କାର୍ଯ୍ୟ କରିଥାଏ। ଦେଶର ଐକ୍ୟ ଓ ସର୍ବଭୌମତ୍ୟ ଓ ଦେଶରେ ଶାନ୍ତି ବଜାୟ ରଖିବା ଆମର ଲକ୍ଷ୍ୟ।
କେଶରିୟାର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ପବିତ୍ର ଉତ୍କଳ ମାଟିର ଓ ଭାରତ ମାଁର ନିସ୍ଵାର୍ଥପର ଦେଶ ହିତ ର ଯ୍ୟେଦ୍ଧା ଆଗାମି ଦୀନରେ ଏହି ସଂଗଠନ ଆଗକୁ ଆଗେଇବ ଓ ମାନବ ସମାଜ ଓ ଦେଶର ହିତ ପାଇଁ କାର୍ଯ୍ୟ କରିବ।ଏହି ସଭାରେ ଉପସ୍ଥିତ ଥିଲେ କେଶରିୟା ହିନ୍ଦୁ ବାହିନୀର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ ଓ ରାଜ୍ୟ କମିଟିର ସମସ୍ତ ସଦସ୍ୟଗଣ |