ବାତ୍ୟାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨୩ରୁ ପ୍ରସ୍ତାବିତ ୩ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି | ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଷ୍ଟ୍ରପତି ଭବନ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅବଗତ କରିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଥିବା ଜଣାପଡିଛି | ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨୩ ତାରିଖରେ ୩ ଦିନିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜ ,ପୁରୀ ଓ ଭୁବନେଶ୍ୱର ବିଭିନ୍ନ କାର୍ଯ୍ୟକ୍ରମରେ ଯୋହଗା ଦେବା ପାଇଁ ସ୍ଥିରୀକୃତ ହୋଇଥିଲା |
ଏଥିପାଇଁ ପ୍ରସାଶନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଥିଲା | କିନ୍ତୁ ସମ୍ଭାବ୍ୟ ବାତ୍ୟାବେଳେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ପ୍ରଶାସନିକସ୍ତରରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେବ ଦର୍ଶାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଷ୍ଟ୍ରପତି ଭବନରୁ ଲିଖିତ ଭାବେ ଅବଗତ କରାଯାଇଥିବା ସୂଚନା ମିଳିଛି | ସୂଚନା ଯୋଗ୍ୟ , ରାଷ୍ଟ୍ରପତି ୨୩ ତାରିଖରେ ମୟୁରଭଞ୍ଜସ୍ଥିତ ନିଜ ଗାଁକୁ ଯାଇ ୨୪ରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ବାର୍ଷିକ ଊତ୍ସବରେ ସାମିଲ ହୋଇ ଭୁବନେଶ୍ୱରରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉଶ୍ଚବ ଯୋଗ ଦେଏ ୨୫ ତାରିଖରେ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା | ତେବେ ସମ୍ଭାବ୍ୟ ବାତ୍ୟା ପୁରୀଠାରେ ଉପକୂଳ ଛୁଇଁବାର ଆଶଙ୍କା କରାଯାଉଥିବାରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରିଦିଆଯାଇଥିବା ଜଣାପଡିଛି |