କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ପରେ ଏହା ବାତ୍ୟାର ରୂପ ନେଇ ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ତାର ପ୍ରଭାବରେ ଗଞ୍ଜାମ ଜିଲ୍ଲାକୁ ସୋମବାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘଡ଼ଘଡ଼ି, ବିଜୁଳି ସହ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।୨୩ରେ ଜିଲ୍ଲାକୁ ୟେଲୋ ଏବଂ ୨୪ ଓ ୨୫ରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରହିବ । ତେଣୁ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପ୍ରଶାସନ । ଗୋପାଳପୁର ଏନ୍ଏସି କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି
ଏନେଇ ଗୋପାଳପୁର ଏନ୍ଏସି ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ କହିଛନ୍ତି, ବାତ୍ୟା ଯୋଗୁଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।