SunstarTV
ଓଡିଶାରେ ହିଁ ଲ୍ୟାଣ୍ଡଫଲ କରିବ ଦାନା । ବଙ୍ଗୋପସାଗରରେ ଧିରେ ଧିରେ ବାତ୍ୟା ଭୟଙ୍କର ହେବାରେ ଲାଗିଛି । ବାତ୍ୟା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଉଥିବା ବେଳେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଏହା ଓଡିଶାରେ ଲ୍ୟାଣ୍ଡଫଲ କରିବ । ପୁରୀ ଓ ସାଗର ଦ୍ବିପ ମଝିଲେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଜାରି କରାଯାଇଛି । ରାଜ୍ୟ ସରକାର ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଲଗାତର ବାତ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ।
ସାମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକ ଆୟୋଜିତ କରାଯାଉଛି। ଏହା ପାଇଁ ଆଡଭାଇଜରି ଜାରି କରାଯାଇଛି। କିପରି ଚାଷ ନଷ୍ଟ ନ ହେବ ସେ ନେଇ କଣ ପଦକ୍ଷେପ ନେବାକୁ ହେବ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି। ଯଦି ବାତ୍ୟା ସେଭଳି କ୍ଷତି ହେଉଛି ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସେପଟେ ବାତ୍ୟା ସମୟରେ କିପରି ଜଳ ଯୋଗାଣ ବାଧାପ୍ରାପ୍ତ ନ ହୁଏ, ଶକ୍ତି ସଂଯୋଗ ଅଧିକ ବ୍ୟାଘାତ ନ ହୁଏ ସେ ନେଇ ବିଭାଗ ସଜାଗ ରହିଛି। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ସବୁ ଆଡ଼େ ପ୍ରଶଂସା କରାଯାଇଛି। ଲୋକେ ଭୟଭୀତ ନ ହୋଇ ସଜାଗ ରୁହନ୍ତୁ ବୋଲି କୁହାଯାଇଛି।