କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ ତଥା ବିର ପ୍ରସବିନି କନିକା ମାଟି ଚାରି ଚାରି ଜଣ OSA ଙ୍କୁ ପାଇ ଗୌରାବାନିତ୍ୟ।ସେଥିମଧ୍ୟରୁ ଏକ ଅଖ୍ୟାତ, ବନ୍ୟା ପ୍ରପୀଡ଼ିତ ପୁର ପଲ୍ଲୀ ରୁ ବଣ ମଲ୍ଲି ବଣରେ ଫୁଟି ଵାସିଲା ପରି ସିଦ୍ଧାର୍ଥ ଆନନ୍ଦ ପଣ୍ଡା ଗିରିଆ ପ୍ରାଥମିକ ବିଦ୍ୟାଳୟ ରେ ପଢୁଥିବା ସମୟ ରୁ ତାଙ୍କର ଏକାଗ୍ରତା ଅଧବ୍ୟସାୟୄ ହିଁ ଜଣା ପଡିଥିଲା,ସେ ଜଣେ ଉଚାଭିଳାଷି।ସର୍ବ କ୍ଷେତ୍ରରେ ଟପ୍ପର ହୋଇ ଆସୁଥିବା ସିଦ୍ଧାର୍ଥ କ୍ଲିଅର୍ଡ଼ କ୍ଲାର୍କ, ବି ଏ ଏଲ ଏଲ ବି (ଅନର୍ଶ), ଏନ୍ ଏଲ ୟୁ (କଟକ) ଡିଗ୍ରୀ ହାସଲ କରି ଓଡ଼ିଶା ହାଇକୋର୍ଟ କୋର୍ଟରେ କାର୍ଯ୍ୟରତ ଥାଇ ମଧ୍ୟ ସଦା ସର୍ବଦା ଚିନ୍ତାଗ୍ରସ୍ତ ହୋଇ ରହୁଥିଲେ।ତାଙ୍କର ଉଚାଭିଳାସି ଆଶା ଓ ସ୍ୱପ୍ନ କୁ ସାକାର କରିବା ହିଁ ଥିଲା ତାଙ୍କର ଏକମାତ୍ର ଲକ୍ଷ।ସାଧନା ହିଁ ସିଦ୍ଧି ମାର୍ଗରେ ଉପନୀତ କରାଇ ଥାଏ।ପ୍ରତ୍ୟେକ ଦିନ ୧୫/୧୬ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ଏବଂ lବାପା, କୈଳାସ ଚନ୍ଦ୍ର ପଣ୍ଡା,ମା ଆଉ ଅଜା,ନରହରି ଦାଶ,ମାମୁଁ ସଞ୍ଜୟ ଙ୍କ ପରାମର୍ଶରେ ଆଜି ସେ ହୋଇ ପାରିଛନ୍ତି ୯୬ ରାଙ୍କ ପାଇ OAS ରେ ଟପ୍ପର।ତାଙ୍କର ବାପା କୈଳାସ ଚନ୍ଦ୍ର ପଣ୍ଡା ପ୍ରଥମ ଯେ କି ଇଣ୍ଡିଆନ ଏୟାର ଫୋର୍ସ ଅଧିକାରୀ ହୋଇଥିଲେ।ଅଜା ନରହରି ଦାଶ ଉତ୍କଳ ଆର୍ଟ ପ୍ରେସର ପ୍ରତିଷ୍ଠାତା ତାଙ୍କର ଆଶୀର୍ବାଦ ଏବଂ ପ୍ରେରଣା ପାଇ ନିଜର ସାଧନା ଜାରି ରଖି ଆଜି ସେ ସିଭିଲ ସର୍ଭିସ ପରୀକ୍ଷାର ଟପ୍ପର ହୋଇ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରି ଧନ୍ୟ ହେବା ସହିତ ଆତ୍ମ ବିଭୋର।ଆଜି ଗ୍ରାମ କୋରନ୍ଦ ବାସୀ ଏପରି ଏକ ଦେଶ ସେବକ କୁ ପାଇ ଆନନ୍ଦରେ ମଶଗୁଲ।ସେହିପରି କନିକା ମାଟି ଚାରି ଚାରି ଜଣ OAS ଟପ୍ପର ଙ୍କୁ ପାଇ ଧନ୍ୟ ହୋଇଛି।