Sunstar Tv
Thyroid Cancer: ଦିନକୁ ଦିନ ଥାଇରଏଡ୍ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫୁସଫୁସ, ସ୍ତନ, ଓଭାରିନ୍ କିମ୍ବା ଓଭାରିନ୍ କର୍କଟ ରୋଗ ସଧାରଣତଃ ଅଧିକ ଲୋକଙ୍କ ମଧ୍ୟରେ ଦେଖାଯାଏ ।
ହେଲେ ବର୍ତ୍ତମାନ ଥାଇରଏଡ୍ କର୍କଟ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି । ବେକର ତଳ ଭାଗରେ ଥିବା ଥାଇରଏଡ୍ ଗ୍ରନ୍ଥି ହେଉଛି ଏହି ସ୍ଥାନ ଯେଉଁଠାରେ ଏହି କର୍କଟ ରୋଗ ହୋଇଥାଏ ।
ଯାହା ମେଟାବୋଲିଜିମ୍, ହୃଦସ୍ପନ୍ଦନ ଏବଂ ଶରୀରର ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ପୂର୍ବରୁ ଖୁବ୍ କମ ଲୋକଙ୍କୁ ଥାଇରଡ୍ କ୍ୟାନ୍ସର ହେଉଥିଲା ହେଲେ ବର୍ତ୍ତମାନ ସଂଖ୍ୟା ବୃଦ୍ଧି ପାଉଛି ।
ଫୋଲିକୁଲାର ଥାଇରଏଡ୍ କର୍କଟ: papillary thyroid କ୍ୟାନ୍ସର ହେଉଛି ସବୁଠାରୁ ସାଧାରଣ ପ୍ରକାର କର୍କଟ ରୋଗ, ଯାହା 50% ରୁ ଅଧିକ ମହିଳାଙ୍କ ମଧ୍ୟରେ ଦେଖାଯାଏ । ଏହା ଧୀର ଅଭିବୃଦ୍ଧି ଏବଂ ବେକରେ ଥିବା ଲସିକା ଗ୍ରନ୍ଥିରେ ବିସ୍ତାର କରିଥାଏ । ହେଲେ ସଠିକ୍ ସମୟରେ ଚିକିତ୍ସା କରିବା ଦ୍ୱରା ଏହି ରୋଗରୁ ମକ୍ତି ମିଳିପାରିବ ।
ମେଡୁଲାରୀ ଥାଇରଏଡ୍ କର୍କଟ …
ଏହି ପ୍ରକାର କର୍କଟ ବହୁତ କ୍ୱଚିତ୍ । ଖୁବ୍ କମ ଲୋକଙ୍କ ମଧ୍ୟରେ ଏହି କର୍କଟ ରୋଗ ଦେଖିବାକୁ ମିଳିଥାଏ । ଏହା ଜେନେଟିକ୍ , ଏହାକୁ ରୋକିବା ପାଇଁ ଏହାର ଶୀଘ୍ର ଚିକିତ୍ସା କରାଯିବା ଆବଶ୍ୟକ ।
ଆନାପ୍ଲାଷ୍ଟିକ୍ ଥାଇରଏଡ୍ କର୍କଟ …
ଏହି କର୍କଟ ରୋଗ ମଧ୍ୟ ବହୁତ କମ ଦେଖାଯାଏ । ଏହାକୁ ଯାଞ୍ଚ କରିବା ପାଇଁ ସଂକ୍ରମଣ ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ୍ ।
ଥାଇରଏଡ୍ କ୍ୟାନସରର ଲକ୍ଷଣ…
ଥାଇରଏଡ୍ କର୍କଟ ରୋଗ ହେଲେ ଶରୀର ବିଭିନ୍ନ ପରିବର୍ତ୍ତନ ଦେଖାଦେଇଥାଏ । ବେକ ସାମ୍ନାରେ ଯନ୍ତ୍ରଣା, ବେକରେ ଫୁଲା, ନିଶ୍ୱାସ ନେବାରେ ଅସୁବିଧା, ବାରମ୍ବାର କାଶ, ଥକାପଣ, ଭୋକ କମିବା, ବାନ୍ତି, ହଠାତ୍ ଓଜନ ହ୍ରାସ ହେଲା ପରି ଲକ୍ଷଣ ଦେଖା ଦେଇଥାଏ ।
ନିରାକରଣ ପାଇଁ ରକ୍ତ ପରୀକ୍ଷା, ବାୟୋପସି, ସିଟି କିମ୍ବା ପେଟିଏମ୍ ସ୍କାନ୍ କରାଯାଇଥାଏ । ହେଲେ ଡାକ୍ତରଙ୍କ ପରାମର୍ଶ ପରେ ସମସ୍ତ ଚିକିତ୍ସା କରିବା ଉଚିତ୍ ।