ଓଡିଶା ଆମେରିକା ସମାଜ (OSA) ପାଳନ କରିବାକୁ ଯାଉଛି ୫୬ ତମ ବାର୍ଷିକ ସମ୍ମିଳନୀ, ଏଥର ଯୋଗ ଦେବେ ଓଡ଼ିଆ କଳାକାର,ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ
ଓଡିଶା ଆମେରିକା ସମାଜ (OSA) ହେଉଛି ଭାରତ ବାହାରେ ଥିବା ସବୁଠାରୁ ବଡ ଓଡିଆ ସଂସ୍ଥା । ଓଡିଶା ଆମେରିକା ସମାଜ (OSA) ଅଣ-ରାଜନୈତିକ , ଅଣ-ଧାର୍ମିକ , ଅଣ-ଲାଭ ସର୍ବସାଧାରଣ ସମାଜ ଯୁକ୍ତରାଷ୍ଟ୍ରରେ ପଞ୍ଜୀକୃତ ହୋଇଛି । ଓଡିଶା ଆମେରିକା ସମାଜ ନିଜର ୫୬ ତମ ବାର୍ଷିକ ସମ୍ମିଳନୀ ୨୦୨୫ ଜୁଲାଇ ୩ ରୁ ୭ ପର୍ଯନ୍ତ ହିଲଟନ୍ ଏମ୍ବାସି ସୁଟ୍ସ , ଫ୍ରିକ୍ସୋ , ଟେକ୍ସାସ୍ , ୟୁଏସ୍ଏରେ ପାଳନ କରିବାକୁ ଯାଉଛି । ମାନନୀୟ ତପନ ପାଢୀଙ୍କୁ ଏହାପାଇଁ ମୁଖ୍ୟ ସମ୍ମିଳନୀକାରୀ ଭାବରେ ଚୟନ ଓ ନିଯୁକ୍ତ କରାଯାଇଛି ।
୧୯୬୯ ମସିହାରେ କିଛି ଓଡିଆଙ୍କ ଦ୍ବାରା ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବାପାଇଁ ଏହାକୁ ସ୍ଥାପନା କରାଯାଇଥିଲା । ବର୍ତ୍ତମାନ ଏହି ସଂସ୍ଥାରେ ଅନେକ ଓଡିଆ ଯୋଡି ହୋଇଛନ୍ତି ଓ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ୨୦୦୦ରୁ ଅଧିକ ଓଡିଆ ସାମିଲ ହେବେ ବୋଲି ଆଶା ଓ ବିଶ୍ବାସ ରହିଛି । ଓଡିଆ ଜାତିର ସର୍ବାଙ୍ଗୀନ ଉନ୍ନତ୍ତି ପାଇଁ ଭାରତ ବାହାରେ ଏହା ସବୁଠୁ ବଡ ଓଡିଆ ସମ୍ମିଳନୀ ହେବାକୁ ଯାଉଛି ।
ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଏକତା ସଂସ୍କୃତି ସମୃଦ୍ଧି’ । ଆମ ସଂସ୍କୃତି , ବିଶ୍ବର ଅମୂଲ୍ୟ ଧନ , ଏକତାରେ ସମୃଦ୍ଧ । ଏହି ସମ୍ମିଳନୀର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ ରହିଛି ସମ୍ପ୍ରଦାୟର ଉତ୍କର୍ଷତାକୁ ସଶକ୍ତ କରିବା ଓ ଐତିହ୍ୟକୁ ପାଳନ କରିବା ସମୟରେ ଅଭିବୃଦ୍ଧିକୁ ପ୍ରେରଣା ଦେବାପାଇଁ ପରବର୍ତ୍ତୀ ପିଢିକୁ ନିୟୋଜିତ କରିବା । ଏହି ଉତ୍ସବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଛି । ଆମେ ଖୁସି ସହ କହିପାରୁଛୁ ଯେ ସମ୍ମିଳନୀରେ ‘ମେକ୍ ଇନ୍ ଓଡିଶା’କୁ ପ୍ରୋତ୍ସାହିତ କରିବାକୁ ଉଦ୍ୟୋଗୀମାନଙ୍କର କନକ୍ଲେଭ୍ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଓଡିଶାର ଲୋକପ୍ରିୟ କଳାକାର ପ୍ରଦର୍ଶନ କରିବା ସହିତ ହ୍ୟାଣ୍ଡଲୁମ୍ , ଟେକ୍ସଟାଇଲ୍ , ହସ୍ତଶିଳ୍ପ ଓବଂ ଓଡିଶାର କୃଷିର ବିଭାଗ ପାଇଁ ସ୍ବତନ୍ତ୍ର ବିଭାଗ ଉତ୍ସର୍ଗ କରାଯିବ । ସମ୍ମିଳନୀରେ ଓଡିଆ ଖାଇବା , ଶିକ୍ଷା , ସ୍ବାସ୍ଥ୍ୟ , ପର୍ଯ୍ୟଟନ , ମହିଳା ସଶକ୍ତିକରଣ , ସାହିତ୍ୟ , ଆଧ୍ୟାତ୍ମିକ ଅଭିବୃଦ୍ଧି ଏବଂ ଯୁବ କାର୍ଯ୍ୟକଳାପ ଉପରେ ଅନେକ ପ୍ରକାରର କାର୍ମଶାଳା ଅନୁଷ୍ଠିତ ହେବା ସହିତ ଅନେକ ଓଡିଆ କେନ୍ଦ୍ରିୟ ବ୍ୟବସାୟକୁ ସେମାନଙ୍କ ଉତ୍ପାଦ ଓ ବିକାଶ ପାଇଁ ଏକାଧିକ ବୁଥ ଯୋଗାଇଦିଆଯିବ । ଓଡିଶାରୁ ଯୁକ୍ତରାଷ୍ଟ୍ର ଯିବା ପାଇଁ ଇଛୁକ ବ୍ୟକ୍ତି ମାନଙ୍କ ଭିସା କରିବାରେ ସାହାଜ୍ୟ କରିବା ସହ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରିଆଯିବା ବୋଲି କହିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ରହିଛନ୍ତି ମନୋଜ ମୋହାପାତ୍ର ଯିଏ ଓଡିଶା ଆମେରିକା ସମାଜ ସହ ୩୫ ବର୍ଷରୁ ଅଧିକ ସମୟ ହେବ ଯୋଡି ହୋଇ ରହିଛନ୍ତି ।
ଏହା ସହିତ ସମ୍ମିଳନୀରେ ପୁର୍ବତନ ଅଧ୍ୟକ୍ଷ ଶୀଯୁକ୍ତ ପ୍ରତାପ ଦାସ ଓ ଓଡିଶା ଆମେରିକା ସମାଜ ର ସଂଯୋଜକ ତପନ ପାଢ଼ୀ ଉପସ୍ଥିତ ଥିଲେ। ଆଶା ଯେ ଏହା ଓଡିଆ ଜାତିକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ସହିତ ଆଗକୁ ନେଇ ଯିବ । ସମ୍ମିଳନୀରେ ଯୋଗ ଦେବାକୁ ଅନୁରୋଧ ଓ ଆପଣଙ୍କ ଅପେକ୍ଷାରେ ଓଡିଶା ଆମେରିକା ସମାଜ (OSA) ।