କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କେଦ୍ରାପଡ଼ା ଆଳି ରାଜକନିକା ଡେରାବିଶି ବ୍ଲକ ବହୁ ସ୍ଥାନରେ ମା ଗଜଲକ୍ଷ୍ମୀ ଙ୍କୁ ଆରାଧନା କରା ଯାଇ ମହା ଧୁମ୍ ଧାମରେ ବିଧି ଅନୁଯାୟୀ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପାଳନ କରା ଯାଉଛି।ପୁରାଣ ମତାନୁସାରେ ନଦୀ ମଧ୍ୟରେ କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗଜ ର ଆକୁଳ ପ୍ରାର୍ଥନା ରେ ଅତିଷ୍ଟ ହୋଇ ସୁଦର୍ଶନ ଚକ୍ରକୁ ପ୍ରରଣ କରି କୁମ୍ଭୀରର ମୁଣ୍ଡ ଛେଦନ ପୂର୍ବକ ଗଜକୁ ଉଧାର କରିଥିଲେ।ଗଜ କୁ ଉଦ୍ଧାର କରି ଥିବାରୁ ସେହି ଦିନକୁ ମନେ ରଖିବା ଏବଂ ଭଗବାନଙ୍କ କୃପା ଭିକ୍ଷା ଲାଭ କରି ଆଜିର ଏ ପରମ୍ପରା ବଜାୟ ରଖିବା ସହିତ ପାଳନ କରା ଯାଉଛି ମା ଗଜଲକ୍ଷ୍ମୀ ପୂଜା।ପୁର ପଲ୍ଲୀ ସହର ପର୍ଯ୍ୟନ୍ତ ହସର୍ ଝଲକ।କେଉଁଠାରେ ମେଲୋଡି,ସଙ୍କୀର୍ତ୍ତନ ସହିତ ଯାତ୍ରା ପରିବେଷଣ କରା ଯାଇ ମହା ଧୁମ୍ ଧାମରେ ଏବଂ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରା ଯାଉଛି ମା ଗଜଲକ୍ଷ୍ମୀ ପୂଜା। ମେଢ଼ କୁ ମେଢ଼ ଗୁଡିକ ଝଲସୁଛି ନାନା ପ୍ରକାର ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଆଉ ବ୍ରାହ୍ମଣ ମାନଙ୍କ ବେଦ ମନ୍ତ୍ରର ଧ୍ବନିରେ ପ୍ରତିଧ୍ଵନି ହେଉଛି ଗାଁ ମୁଣ୍ଡ ଛକ ଗୁଡିକ।ପରିଲକ୍ଷିତ ହେଉଛି ଭାଇ ଚାରାର ସମ୍ମନୟ।ପୂଜା ବିଧି।ଏହାକୁ ମନଭରି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀ ପୂଜା ବିଧି ଅନୁସାରେ ପାଳନ କରା ଯାଉଛି।