ବଚନ ପରିବାରର ପିଛା ଛାଡୁନି ଛାଡ଼ପତ୍ର ଗୁଜବ । ଘର ଭିତର କଳି ବାହାରକୁ ସ୍ପଷ୍ଟ ଜଣା ପଡୁଛି। କେତେବେଳେ ଶାଶୂଙ୍କୁ ଐଶ୍ୱର୍ଯ୍ୟା ଅଣଦେଖା କରୁଛନ୍ତି ତ କେତେବେଳେ ନିଜେ ସ୍ବାମୀ ଅଭିସେକଙ୍କ ଅଣଦେଖା ର ଶିକାର ହେଉଛନ୍ତି । ତେବେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି କ୍ୟାମେରାରେ କଏଦ ହେଉଛି ଏହି ସବୁ ଦୃଶ୍ୟ । ବର୍ତ୍ତମାନ୍ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ବାଲିଉଡ ଅଭିନେତ୍ରୀଙ୍କ ସୁନ୍ଦରତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଆଉ ପ୍ରତିଯୋଗିତା ହୁଏ। କେଉଁ ହିରୋଇନ ସବୁଠୁ ସୁନ୍ଦର ସେ ଆଲୋଚନା କରନ୍ତି ଫ୍ୟାନ୍। କିନ୍ତୁ ବର୍ତ୍ତମାନ ସମୟରେ କେଉଁ ହିରୋଇନ ବେଶି ଧନୀ ସେନେଇ ଏକ ଚର୍ଚ୍ଚା ଚାଲିଛି।
ସୋଶାଲ ମିଡିଆରେ ୧୦ ଜଣ ଧନୀ ହିରୋଇନଙ୍କ ତାଲିକା ଭାଇରାଲ୍ ହେଉଛି। ଏହି ତାଲିକାର ଦ୍ୱିତୀୟରେ ବଲିଉଡ ବିଉଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଛନ୍ତି। ନିକଟରେ ହୁରୁନ୍ ଇଣ୍ଡିଆ ଭାରତର ଶ୍ରେଷ୍ଠ ୧୦ ଧନୀ ହିରୋଇନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ 80 ଦଶକରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ସମୟର ହିରୋଇନ୍ ସାମିଲ୍ ଅଛନ୍ତି । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ୯୦ ଦଶକର ଜଣେ ହିରୋଇନ ଧନୀ ତାଲିକାର ପ୍ରଥମ ସ୍ଥାନ ନେଇଯାଇଛନ୍ତି।୯୦ ଦଶକ କଥା କହିଲେ ଆପଣ କରୀନା କପୁର, କାଜଲ, କରିସ୍ମା କପୁର, ରାଣୀ ମୁଖାର୍ଜୀ, ମାଧୁରୀ ଦୀକ୍ଷିତଙ୍କ କଥା ଭାବୁଥିବେ ନିଶ୍ଚୟ। କିନ୍ତୁ ନା, ଏମାନେ କେହି ଭାରତର ଧନୀ ହିରୋଇଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ନାହାନ୍ତି, ବରଂ ଦୀର୍ଘ ଦିନ ହେବ କ୍ୟାମେରାରୁ ଦୂରେଇ ରହିଥିବା ଜୁଇ ଚାୱଲା ଏହି ସ୍ଥାନ ଅଳଙ୍କୃତ କରିଛନ୍ତି। ସେ ହେଉଛନ୍ତି ଭାରତର ସବୁଠୁ ଧନୀ ହିରୋଇନ୍ ।
ତାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଦ୍ୱିତୀୟ ଶ୍ରେଷ୍ଠ ଧନୀ ହିରୋଇନ। ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ମୂଲ୍ୟ 850 କୋଟି ଟଙ୍କା ହୋଇ ଥିବାବେଳେ ଜୁଇ ଚାୱଲାଙ୍କ ସମ୍ପତ୍ତି ମୂଲ୍ୟ ୪,୬୦୦ କୋଟି ଟଙ୍କା। ଏହାପରେ ୬୫୦ କୋଟି ଟଙ୍କା ସହ ତୃତୀୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା। ଚତୁର୍ଥରେ ଆଲିଆ ଭଟ୍ଟ ଏବଂ ପଞ୍ଚମରେ ଦୀପିକା ପାଦୁକୋନ ଅଛନ୍ତି। ଜୁଇ ଚାୱଲା ଅଭିନୟ ଜଗତରେ ନଥିଲେ ମଧ୍ୟ ତାଙ୍କର ଅନେକ ବ୍ୟବସାୟୀକ ସଂସ୍ଥା ରହିଛି। ତାଙ୍କ ସ୍ୱାମୀ ଜୟ ମେହତା ଜଣେ ବ୍ୟବସାୟୀ। ଜୁଇ ଚାୱଲା ମଧ୍ୟ ରେଡ୍ ଚିଲ୍ଲିଜ୍ ଗ୍ରୁପର ସହପ୍ରତିଷ୍ଠାତା ଅଛନ୍ତି। ଏଥିସହ ସେ ଶାହରୁଖ ଖାନଙ୍କ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ସହ-ମାଲିକ ଅଛନ୍ତି।