ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ନିର୍ବାଚନ ୪ ତାରିଖରେ ହେଇଥିବା ବେଳେ ୫ତାରିଖ ଦିନ ଏରସମା ବ୍ଲକ ପରିସରରେ ସରପଞ୍ଚ ପ୍ରାର୍ଥନୀ ଓ ୱର୍ଡମେମ୍ବରମାନଙ୍କର ଫଳାଫଳ ଏରସମା ବ୍ଲକ ନିର୍ବାଚନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ଏବଂ ଢ଼ିଙ୍କିଆ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଭାବେ ପିଙ୍କି ଦାସଙ୍କ ନାମ ଘୋଷଣା କରିଥିଲେ।ଆଜି ୧୭ ତାରିଖ ଗୁରୁବାର ଦିନ ୧୨ଘଟିକା ସମୟରେ ଢ଼ିଙ୍କିଆ ପଞ୍ଚାୟତ ର ସରପଞ୍ଚ ଭାବେ ପିଙ୍କି ଦାସ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତରେ ସରପଞ୍ଚ ଦାୟିତ୍ବ ଗ୍ରହଣ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ୱର୍ଡମେମ୍ବରମାନଙ୍କୁ ନେଇ ନାଏବ ସରପଞ୍ଚ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଭେଟ ଗ୍ରହଣ କରାଯାଇଥିଲା।ଢ଼ିଙ୍କିଆ ପଞ୍ଚାୟତରେ ୨୩ ଗୋଟି ୱର୍ଡଥିବା ସମୟରେ ମାହାଳ ଗ୍ରାମର ୯ ନମ୍ବର ୱର୍ଡର ଭୋଟହେଇନଥିଲା ଏବଂ ୨୨ ଗୋଟି ୱର୍ଡମେମ୍ବରମାନର ଭୋଟ ଗ୍ରହଣ କରଯାଇଥିଲା ସ୍ୱାଧୀନ ସମର୍ଥୀତ ପ୍ରାର୍ଥୀ ଭାବେ ୱ।ର୍ଡସଭ୍ୟ ତିର୍ଥଙ୍କର ଦାସ ନାମାଙ୍କନ ଦାଖଲ କରିଥିଲେ ।ବିଜେପି ସମର୍ଥିତ ୱର୍ଡସଭ୍ୟ ପ୍ରାର୍ଥୀ ଆଶିଷ ପ୍ରଧାନ ଡେଜିଗ୍ ନେଟେଡେ ଅଫିସର ହୃଷିକେଶ ରାଉତରୟଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ସରପଞ୍ଚଙ୍କ ସହିତ ୨୨ଗୋଟି ୱର୍ଡମେମ୍ବରମାନଙ୍କୁ ନେଇ ଭୋଟ ଗ୍ରହଣ କରାଯାଇଥିଲା ବିଜେପି ସମର୍ଥିତ ୱ।ର୍ଡ ସଭ୍ୟ ଆଶିଷ ପ୍ରଧାନ ୮ଗୋଟି ଭୋଟ ପାଇଥିବା ସମୟରେ ସ୍ୱାଧିନ ସମର୍ଥିତ ୱ।ର୍ଡସଭ୍ୟ ପ୍ରାର୍ଥୀ ତିର୍ଥଙ୍କର ଦାସଙ୍କୁ ବିଜେଡି ସମର୍ଥିତ ୱର୍ଡମେମ୍ବରମାନେ ଭୋଟ ଦେଇଥିଲେ।ଶ୍ରୀ ଦାସ ୧୫ ଗୋଟି ଭୋଟ ପାଇଥିଲେ ।ତାଙ୍କର ପ୍ରତିଦ୍ୱନ୍ଦୀ ଆଶିଷ ପ୍ରଧାନଙ୍କୁ ୮ ଗୋଟି ଭୋଟରେ ପରାସ୍ତ କରି ପଞ୍ଚାୟତ କାର୍ଯାଳୟ ପରିସରରେ ନାଏବ ସରପଞ୍ଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।ଆଜିର ଏହି ନିର୍ବାଚନ ସମୟରେ ମାଜିଷ୍ଟ୍ରେଟ୍ ଦେବୀ ପ୍ରସାଦ ଆଚାର୍ଯ୍ୟ , ଲକ୍ ଥାନା ଆଇଆଇସି କୁଳମଣି ସେଠୀ , ଅଭୟଚାନ୍ଦପୁର ଥାନା ଇନ୍ସପେକ୍ଟର ଚିନ୍ମୟ ପାଣି, ବିଶ୍ଵଜିତ ଗଡ଼ନାୟକଙ୍କ ସମେତ ଅଭେୟଚାନ୍ଦପୁରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ କାର୍ଯ୍ୟ ଶେଷ କରାଯାଇଥିଲା।