ଅଟୋ ଡ୍ରାଇଭରର ଦବଙ୍ଗ ଗିରି ଲୁଟ ଓ ହତ୍ୟା ଉଦ୍ୟମ କେନ୍ଦ୍ରାପଡ଼ା ତିନି ମୁହାଣୀ ପାଖରୁ ଦୁଇ ଯୁବତୀ ଙ୍କୁ ଚାନ୍ଦୋଳ ରେ ଛାଡିବା ପାଇଁ କହି ଭଡା ରେ ଉଠାଇଥିଲା ଅଟୋଡ୍ରାଇଭର ଶ୍ରୀଧର ନାୟକ. କିନ୍ତୁ ଦୁଇ ଯୁବତି ସିପ୍ରା ସୋନାଲି ମହାପାତ୍ର ଓ ସ୍ମୁତି ପ୍ରଜ୍ଞା ପରିଡାଙ୍କ ଘର ଡେରାବିଶ ଜଅଂରା ବାରିମୂଳ ରେ ପଞ୍ଚାୟତତେବେ ଯୁବତୀ ଦୁଇ ଜଣ ଗତକାଲି ସନ୍ଧ୍ୟା ରେ ଶ୍ରୀଧର ନାୟକ ଙ୍କ ଅଟୋ ରେ ବସିଥିଲେ. କିନ୍ତୁ ଶ୍ରୀଧର ଅଟୋ ଭିତରେ ଦୁଇ ଯୁବତୀ ଙ୍କୁ ଅସଦ ଆଚରଣ କରି ଅଟୋ ଆଉ ରଖି ନଥିଲା. ଓ ପଛକୁ ହାତ ବଢ଼ାଇ ଯୁବତୀଙ୍କ ତଣ୍ଟି ଚିପିଥିଲା ଓ ହତ୍ୟା ଉଦ୍ୟମ କରିଥିଲା . ତେବେ ଯୁବତୀ ଦୁଇ ଜଣ ଜୀବନ ବଞ୍ଚାଇବାକୁ ଚଳନ୍ତା ଅଟୋ ରୁ ଡେଇଁ ପଡ଼ିଥିଲେ.ସିପ୍ରା ସୋନାଲି ଙ୍କ ଗୋଡ଼ ଭାଙ୍ଗି ଯିବାରୁ ସେ କଟକ ରେ ଚିକତ୍ସା ରତ ଅଛନ୍ତି.ଘଟଣା ସ୍ଥଳ ରେ ସ୍ଥାନୀୟ ଲୋକ ଅଟୋ କୁ ଅଟକାଇ ପୋଲିସ ଙ୍କ ଜିମ୍ମା ରେ ଦେବା ସହ ଦୁଇ ଯୁବତୀ କୁ ମେଡିକାଲ କୁ ପଠାଇ ଥିଲେ. ଏ ଘଟଣା ରେ ଆଜି ସ୍ମୁତି ପ୍ରଜ୍ଞl ପରିଡା ଡେରାବିଶ ଥାନା ରେ ଅଭିଯୋଗ କରିବା ପରେ ଡେରାବିଶ ପୋଲିସ 145/24 ରେ ମାମଲା ରୁଜ୍ଜୁ କରୀ 309(6) ଡକାୟତି ଦଫା ରେ ମାମଲା ରୁଜ୍ଜୁ କରି ଅଟୋ ଡ୍ରାଇଭର କୁ ଅଟକ ରଖିଛନ୍ତି.ଅଟୋ ଡ୍ରାଇଭର ଶ୍ରୀଧର ନାୟକ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜମଧର ବୋଲି ସୂଚନା ମିଳିଛି. ଶ୍ରୀଧର ଦୁଇ ଯୁବତୀ ଙ୍କ ସୁନା ଚେନ ଛଡାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରେ ଉଲ୍ଲେଖ ଅଛି