ଆଜି ଦୁତୀୟ ଦିନରେ ମଧ୍ୟ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡମ୍ବରେ ଚାଲିଛି l ଗାଁ ମାନଙ୍କରେ ଚଳଚଞ୍ଚଳ ହୋଇପଡିଛି ମାଆ ଗଜଲକ୍ଷ୍ମୀ ଙ୍କ ପୂଜା l ତିନିଦିନ ଧରି ଚାଲିବ ମାଆଙ୍କ ପୂଜା l ଗତକାଲି ଠାରୁ ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ l ସକାଳୁ ସନ୍ଧ୍ୟା ଯାଏ ଚାଲିଛି ମାଆଙ୍କ ପୂଜା ଅର୍ଚନା l ଗାଁ ମାନଙ୍କରେ ମାଆଙ୍କ ପୂଜାପାଇଁ ଲୋକଙ୍କ ପ୍ରବଳ ଭିଡ଼ l ପାରମ୍ପରିକ ରୀତିନୀତି ଅନୁସାରେ ଚାଲିଛି ପୂଜା ଅର୍ଚନା l ଖଡ଼ିଆଳ ସମେତ ଘରଧରା, ଚାନ୍ଦୋପଲା,ଲାଞ୍ଜି, ଲଛିପୁର ଆଦି ଗ୍ରାମରେ ପୂଜା ପାଉଛନ୍ତି ମାଁ ଲକ୍ଷ୍ମୀ। ଗତ ୧୪ ତାରିଖରେ କଳସ ଯାତ୍ରା ସହ ଘଟ ସ୍ଥାପନା ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ମାଙ୍କ ପୂଜା ଅର୍ଚନା ଚାଲିଛି l ଘରଧରା ଗ୍ରାମର ପୂଜା ମଣ୍ଡପ ରେ କର୍ତା ଭାବରେ ପ୍ରଫୁଲ ବେହେରା ଏବଂ ତାଙ୍କ ଧର୍ମ ପତ୍ନୀ ଗଜବନ୍ତି ବେହେରା ଦାୟିତ୍ୱ ଲିଭେଇଛନ୍ତି l ପ୍ରତ୍ୟେକ ଦିନ ମାଆଙ୍କ ପୂଜାର୍ଚ୍ଚନା ବହୁ ଆଡମ୍ବର ସହିତ ଚାଲିଛି। ମାଆଙ୍କ ମଙ୍ଗଳ ଆଳତି ସହ ସନ୍ଧ୍ୟାଧୂପ କାର୍ଯ୍ୟକ୍ରମ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ପ୍ରତି ପୂଜା ମଣ୍ଡପରେ ଭଜନ, ସଙ୍କୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପୂଜା ହେଉଥିବା ଗାଆଁ ରେ ଉତ୍ସବର ମାହୋଲ ଦେଖା ଦେଇଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ବର୍ଷ ବର୍ଷ ଧରି ମାଆ ଙ୍କ ପୂଜା ଅନୁଷ୍ଠିତ ହେଉଥିବା କମିଟି ସଦସ୍ୟ କହିଛନ୍ତି। ମାଆଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ଓ ସମସ୍ତେ ତାଙ୍କ କୃପାରୁ ସୁଖରେ ରୁହନ୍ତୁ ବୋଲି ପ୍ରାର୍ଥନା କରାଯାଇଛି।