Sunstartv
କଥା କମ ତାଙ୍କ କାମ ବେଶୀ। ଯାହା ପାଇଁ ଆଜି ସେ କେବଳ ଗୋଟିଏ ନାମ ନୁହେଁ ବ୍ରାଣ୍ଡ ପାଲଟିଛନ୍ତି। ସେ ଆଉ କେହି ନୁହଁନ୍ତି ଆମ ସଭିଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ। ଆଜି ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୯ ବର୍ଷରେ ପାଦ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।
ବିଜେଡିର କାମ କରିବାର ତରିକା ସବୁବେଳେ ଭିନ୍ନ। ସେଥିପାଇଁ ନବୀନଙ୍କ ଜନ୍ମଦିନକୁ କେକ୍ କାଟି ଅତି ରଂଜିତ ଭାବେ ପାଳନ ନ କରି ଆଜି ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି । ସାରା ରାଜ୍ୟରେ ଆୟୋଜନ ହେଉଛି ରକ୍ତଦାନ ଶିବିର । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । କାରଣ ନବୀନ ସବୁବେଳେ ଗୋଟିଏ କଥା କୁହନ୍ତି ପ୍ରତିଟି ଜୀବନ ମୂଲ୍ୟବାନ ।
ନୂତନ ଓଡ଼ିଶା ଗଠନ ପାଇଁ ନବୀନ ତାଙ୍କ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଶାସନ ଗାଦିରେ ଥିବା ବେଳେ ଯେଉଁଭଳି କାମ କରୁଥିଲେ ଏବେ ବିରୋଧୀ ଆସନରେ ବସିବା ପରେ ଆହୁରି ଆକ୍ଟିଭ ହେଇ ଯାଇଛନ୍ତି । ନବୀନଙ୍କ କାମ କେବଳ ରାଜ୍ୟରେ ସୀମିତ ନଥିଲା ସାରା ଦେଶ ତାଙ୍କୁ ପ୍ରଶଂସା ପ୍ରଶଂସା ଆଉ , ସମ୍ମାନ କରିଛି । ଲୋକପ୍ରିୟ ହେଉଛନ୍ତି ନେତା ହେଉଛନ୍ତି ନବୀନ। ଆଜିର ଦିନରେ ନବୀନଙ୍କୁ ଚାରିଆଡୁ ଭଲପାଇବା ମିଳୁଛି ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ ଜନ୍ମ ଗ୍ରହଣ କରିଥିଲେ ନବୀନ । ବିଜୁ ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ବ ନେଇ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ବାସ ସେବେଠାରୁ ନିଜ ଜୀବନକୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସମର୍ପି ଦେଇଛନ୍ତି । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ତାଙ୍କ ଦୃଢ ନେତୃତ୍ବ ଆଉ ନିଷ୍ଠା ବଳରେ ଓଡ଼ିଶା ଆଜି ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି ।