ଆପଣ ଜାଣନ୍ତି କି ପ୍ରତିଦିନ ବିଟ ରୁଟ ରସ ପିଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ | ଏହା ଏଭଳି ଏକ ପରିବା ଯାହାକୁ ଆପଣ ସହଜରେ ରସ ଆକାରରେ ପିଇପାରିବେ | ବିଟ ରୁଟରେ ପ୍ରଚୁର ପରିମାଣରେ ଆଇରନ ,ମ୍ୟାଗ୍ନେସିୟମ ,ମାଙ୍ଗାନିଜ ,ସୋଡିୟମ ,ଜିଙ୍କ ,ପୋଟାସିୟମ ,ସେଲେନିୟମ ,ଭିଟାମିନ-ଡି ଇତ୍ୟାଦି ରହିଥାଏ | ଯାହା ଆମ ଶରୀରର ଶକ୍ତି ବଜାୟ ରଖିବାରେ ଏବଂ ଏକ ଉତ୍ତମ ଉପାୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ |
ଯଦି ଆପଣ ବହୁତ ଶୀଘ୍ର କ୍ଲାନ୍ତ ଅନୁଭବ କରୁଛନ୍ତି, ତେବେ ପ୍ରତିଦିନ ବିଟ ରୁଟ ଜୁସ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ | ବିଟ ରୁଟ ନାଲି ରଙ୍ଗର ଜୁସ ପ୍ରସ୍ତୁତ ହେଉଥିବାରୁ ଏହା ପ୍ଲାଜମା ବୃଦ୍ଧିରେ ସାହାଯ୍ୟ କରିଥାଏ , ଯାହା ଶାରୀରିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ | ଏକ ଅନୁସନ୍ଧାନରୁ ଜଣାପଡିଛି ଯେ,ଏକ ସପ୍ତାହ ପାଇଁ ବିଟ ଜୁସ ପିବ ପରେ ଶକ୍ତି ଏବଂ କାର୍ଡିଓ ଶ୍ୱାସକ୍ରିୟା ସମୟ ବଢିଥାଏ | କେବଳ ଏତିକି ନୁହେଁ ,ବିଟ ରୁଟ ଜୁସ ପିଇବା ଦ୍ୱାରା କର୍କଟ ଭଳି ବିପଦଜନକ ରୋଗରୁ ରକ୍ଷା କରାଯାଇପାରିବ |
ଯେଉଁ ମାନଙ୍କର ଶରୀର ଦୁର୍ବଳ, ମାଂସପେଶୀ ଯନ୍ତ୍ରଣା, କଷ୍ଟ ଥକା ଇତ୍ୟାଦି ସମସ୍ୟା ରହିଛି , ସେମାନେ ମଧ୍ୟ ବିଟ ରୁଟ ଜୁସ ପିଇବା ଉଚିତ | ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ଥାଏ ଯାହା ଶରୀରରେ ଏହାର ଅଭାବକୁ ସହଜରେ ପୂରଣ କରିପାରେ ଏହା ଅସ୍ୱାଭାବିକ ହୃଦଘାତ ର ସମସ୍ୟାକୁ ସ୍ୱାଭାବିକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |