ଭାରତୀୟ ପରମ୍ପରାରେ ଶକ୍ତି ଉପାସନାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ କାର୍ଯ୍ୟ ପଛରେ ଦୈବୀ ଶକ୍ତିର ହାତ ରହିଥିବା ନେଇ ଭାରତୀୟ ମାନେ ବିଶ୍ୱାସ କରନ୍ତି। ଏଥିପାଇଁ ପ୍ରତି ଗ୍ରାମରେ ଦେବୀ ପୂଜା କରାଯାଏ। ବିଶେଷ କରି ଆଶ୍ୱିନ ନବରାତ୍ରୀରେ ଦେବୀପୂଜାର ଗୁରୁତ୍ଵ ରହିଥାଏ। ଏହି ସମୟରେ ଦେବୀ ଆରାଧନା କଲେ ବାଞ୍ଛିତ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ନୂଆପଡ଼ା ଜିଲ୍ଲାର ବୋଡ଼େନ ଓ ବର ଗାଆଁ ରେ ଅନୁଷ୍ଠିତ ଦେବୀ ଯାତ୍ରାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦେଖିବା ବୁଏଲ ଯାତ୍ରା।
ନୂଆପଡା ଜିଲ୍ଲା ର ଖଡ଼ିଆଳ, ସିନାପାଲି, ବୋଡେ଼ନ ବ୍ଲକର ବିଭିନ୍ନ ସ୍ଥାନରେ ମାଙ୍କ ବୁଏଲ ଯାତ୍ରା ଓ ଛତର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଦେବୀ ଜଡେନ, ଗଙ୍ଗାଦି, ପରଦେଶେନ୍, ନିଆଲି ମଲି ଆଦି ଛତର ବୁଲି ଲୋକଙ୍କୁ ଦର୍ଶନ ଦେଇଥିଲେ ।ଏଥିପାଇଁ ଗତ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଗ୍ରାମ୍ୟ ଦେବୀଙ୍କ ମନ୍ଦିରରେ ଦୀପ ଜାଳି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା ଓ ପ୍ରତ୍ୟେକ ଦିନ ପୂଜା ମାଙ୍କ ଆରାଧନା ମଧ୍ୟ କରାଯାଇଥିଲା । ଏହାପରେ ଆଶ୍ୱିନ ମାସ ଦଶହରା ସପ୍ତମୀ ରାତ୍ରୀରେ ନିଶି ପୂଜା ହେଲା ପରେ ଅଷ୍ଟମୀ ନବମୀ ଓ ଦଶମୀ ଦିନ ବୁଏଲ୍ ଓ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାଆଙ୍କୁ ଘରେ ଘରେ ବନ୍ଦାପନା କରି ଲୋକେ ଆଶିଷ ଭିକ୍ଷା କରିଥାନ୍ତି। ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେଉଥିବା ବେଳେ ମାଆଙ୍କ କୃପାରୁ ସବୁ ଅଭିଷ୍ଟ ପୂରଣ ହେଉଥିବା ଲୋକଙ୍କ ବିଶ୍ୱାସ ରହିଛି l