କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ ସଭା ଗୃହ ମଧ୍ୟରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଏସ ପି ସିଦ୍ଧାର୍ଥ କାଟ୍ଟାରିଆଙ୍କ ମିଳିତ ସହଯୋଗରେ ଚାଲିଛି ଜନ ଶୁଣାଣି। ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ ।ରାଜକନିକା ବ୍ଲକ ଅଧୀନ ରେ ଥିବା ୨୯ ଗୋଟି ପଂଚାୟତ ର ଲୋକମାନେ ଆଜିପ୍ରବଳ ଖରା ତାତି କୁ ଦେଖି କମ୍ ସଂଖ୍ୟାରେ ବୁଦ୍ଧ,ବୃଦ୍ଧା,ଭିନ୍ନକ୍ଷମ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ନିରାଶ ହୋଇ ଥିବା ବ୍ୟକ୍ତି ବିଶେଷ ଛୁଟି ଆସିଛନ୍ତି ଏବଂ ଅଧିକାରୀ ମାନଙ୍କ ଦ୍ଵାରା ପଞ୍ଜିକରଣ କରାଇ ନେଇ ସମସ୍ୟା ସମାଧାନ ନିମନ୍ତେ ଅପେକ୍ଷା କରି ରହିଛନ୍ତି। , ୨୧ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।ଲୋକ ମାନଙ୍କର ବହୁ ସମସ୍ୟାର ସମାଧାନ ମଧ୍ୟରେ ମୁଖ୍ୟତଃ ଭତ୍ତା,ଭିନ୍ନକ୍ଷମ ଏବଂ ଆବାସ ଯୋଜନା ଏବଂ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ ଅବଗତ ହୋଇ ଖୁବ୍ ଶୀଘ୍ର ସମାଧାନ କରାଇବା ପାଇଁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଦେଖା ଯାଉ ଲୋକ ମାନଙ୍କର ସମସ୍ୟା କେବେ ସମାଧାନ ହେବ ତାହା ତ ଭବିଷ୍ୟତ କହିବ ?ଏହି ଶିବିରରେ ଉପସ୍ଥିତ ରହି ଲୋକ ମାନଙ୍କ ସମସ୍ୟା,ଆପତ୍ତି ଅଭିଯୋଗ ଗୁଡ଼ିକୁ ହୃଦୟଙ୍ଗମ କରି ଉପ ଜିଲ୍ଲାପାଳଙ୍କ ସହିତ ମିଳିତ ସହଯୋଗରେ ଚାଲିଛି ଜନ ଶୁଣାଣି।