ଆଗକୁ ଆସିବାକୁ ଯାଉଛି ଦୀପାବଳି | ଏହାକୁ ନେଇ ଦିଲ୍ଲୀ ସରକାର ଜରୁରୀ ପଦକ୍ଷେପ ନେଇଛନ୍ତି | ଏଥି ପାଇଁ ପୁଣିଥରେ ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଅର୍ଥାତ ୧୪ ଅକ୍ଟୋବର ନେଇ ଆସନ୍ତା ବର୍ଷ ଜାନୁୟାରୀ ୧ ପର୍ଯ୍ୟନ୍ତ ବାଣ ବିକ୍ରି ଉପରେ ରୋକ ଲଗାଯାଇଛି |
ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ନିର୍ଦେଶ ଦେଇଛନ୍ତି | ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି | ପରିବେଶରେ ସ୍ୱଛତା ବିଷୟରେ ସଚେତନ ହେବ ଏବଂ ପ୍ରଦୂଷଣକୁ ରୋକିବାରେ ସରକାରଙ୍କ ସହ ସହଯୋଗ କରିବାକୁ ଦିଲ୍ଲୀବାସୀଙ୍କୁ ମନ୍ତ୍ରୀ ଗୋପାଳ ରାୟ ନିବେଦନ କରିଛନ୍ତି |
ବାଣ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ ହେବ | ଦିଲ୍ଲୀ ପୋଲିସ ନିର୍ଦେଶ ଲାଗୁ କରିବା ସହ ପ୍ରତିଦିନ ଆକ୍ସନ ରିପୋର୍ଟ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ଦେବା ପାଇଁ କୁହାଯାଇଛି |